Thu. Oct 15th, 2026


ଗିରଫ ହେଲେ ବାଭାରିଆ ଗ୍ୟାଙ୍ଗର ଦୁଇ କୁଖ୍ଯାତ ଅପରାଧୀ। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଜିଲ୍ଲା ସ୍ପେଶାଲ୍ ଷ୍ଟାଫ୍ ପୁଲିସ ଏକ ବଡ ସଫଳତା ହାତେଇଛି। ପୁଲିସ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ଅପରାଧୀଙ୍କୁ ଗିରଫ କରିଛି। ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭ ପୋଲିସ ଷ୍ଟେସନର ଏମାନେ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ। ଉଭୟ ଦୁଷ୍କର୍ମକାରୀଙ୍କ ଉପରେ ୨୫ ହଜାର ନଗଦ ପୁରସ୍କାର ରଖାଯାଇଥିଲା। ବାଭାରିଆ ଗ୍ୟାଙ୍ଗର ଏହି ଦୁଇ ଅପରାଧୀଙ୍କ ନାଁ ଜୀରାଜ ଓ ମୁକେଶ। ଜୀରାଜକୁ ୨୬ ବର୍ଷ ହୋଇଥିଲା ବେଳେେ ମୁକେଶର ବୟସ ୨୪ ବର୍ଷ।

ଦକ୍ଷିଣ ପଶ୍ଚିମ ଜିଲ୍ଲାର ସଫଦରଜଙ୍ଗ ଏନକ୍ଲେଭ ଅଞ୍ଚଳରେ ସୁନୀଲ ଜୈନ ତାଙ୍କ ଘରେ ହୋଇଥିବା ବଡ ଚୋରି ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଏହା ଅଭିଯୋଗକାରୀଙ୍କ ବିବୃତ୍ତିରେ ପଞ୍ଜିକୃତ ହୋଇଛି ବୋଲି ଡିସିପି ମନୋଜ ସି କହିଛନ୍ତି ଯେ, ଜୈନ ପରିବାର ବାହାରକୁ ଯାଇଥିବା ବେଳେ ସେମାନଙ୍କ ଘରେ କେହି ଉପସ୍ଥିତ ନଥିଲେ। ଘରକୁ ଫେରି ଦେଖନ୍ତି ତ ନଗଦ ରାଶି ପ୍ରାୟ ୪୦ ଲକ୍ଷ ଟଙ୍କା ଏବଂ ଅଳଙ୍କାର ଚୋରି ହୋଇଛି । ଏହି ଅଳଙ୍କାରର ମୂଲ୍ଯ ପାଖାପାଖି ୩୦ ଲକ୍ଷ ଥିଲା। ତେଣୁ ଏହି ମାମଲା ପଞ୍ଜିକରଣ କରିବା ପରେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ ହୋଇଛି। ଅନୁସନ୍ଧାନ ସମୟରେ, ସିସିଟିଭି ଫୁଟେଜ୍ ଏବଂ ଟେକ୍ନିକାଲ ତଦାରଖ ସହାୟତାରେ ସ୍ପେଶାଲ୍ ଷ୍ଟାଫ୍ ଟିମ୍ ଏହି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ଉଭୟ ଜୀରାଜ ଏବଂ ମୁକେଶ ରାଜସ୍ଥାନର ଅଜମେରର ‘ବାଭାରିଆ ଗ୍ୟାଙ୍ଗ’ ନାମରେ ଜଣାଶୁଣା ଅନ୍ତର୍ଜାତୀୟ ଗ୍ୟାଙ୍ଗ ବାଭାରିଆର ସଦସ୍ୟ ଅଟନ୍ତି। ସେମାନଙ୍କର ଗିରଫରେ ଅନେକ ଅପରାଧିକ ଘଟଣା ପ୍ରକାଶ ପାଇପାରେ ବୋଲି ପୁଲିସ ମତ ରଖିଛି।‌

Leave a Reply

Your email address will not be published. Required fields are marked *