Thu. Oct 15th, 2026

ବିହାରରେ ବିଜେପି-ଜେଡିୟୁ ମେଣ୍ଟଭାଙ୍ଗି ସାରିଛି । ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମଙ୍ଗଳବାର ନୀତିଶ ଇସ୍ତଫା ଦେଇଛନ୍ତି । ମହାମେଣ୍ଟର ସରକାରର ନେତା ଭାବେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ଉଭୟ ଜେଡିୟୁ ଏବଂ ଆରଜେଡି ରାଜ୍ୟପାଳଙ୍କୁ ଭେଟି ଦାବି ମଧ୍ୟ ଜଣାଇଛନ୍ତି । ଗତ ଦୁଇ ଦିନ ଧରି ବିହାରର ରାଜନୀତିର ହଟଚମଟ ସୃଷ୍ଟି ହୋଇଥିଲା । ତେବେ କେହି ଆଶା ମଧ୍ୟ କରିନଥିଲେ ଯେ ଏତେ ଶୀଘ୍ର ସବୁକିଛି ବଦଳିଯିବ ।
ତେବେ ଯେଉଁଭଳି ଜେଡିୟୁ ନିଜର ବିଧାୟକ ଓ ସାଂସଦଙ୍କୁ ପାଟନା ଡକାଇଥିଲା ସେତେବଳେ କେହି ଏହାକୁ ବିଶ୍ୱାସ କରିନଥିଲେ ଯେ ନୀତିଶ କୁମାର କିଛି ବଡ ଏବଂ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଶେଷର ସେୟା ହିଁ ହେଲା, ଜେଡିୟୁ ଦଳ ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଥିଲା । ନୀତିଶ ଗଣମାଧ୍ୟମରେ କହିଥିଲେ ଦଳର ବିଧାୟକ ଏବଂ ସାଂସଦଙ୍କ ନିଷ୍ପତ୍ତି ପରେ ଆମେ ଏନଡିଏ ଛାଡିଦେଇଛୁ ।
ଏବେ ଆସନ୍ତୁ ଜାଣିବା ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବାର ୧୦ କାରଣ ?
୧. ବିଜେପି ଦ୍ୱାରା ଜେଡିୟୁ ବିଧାୟକ ଏବଂ ଦଳ ଭାଙ୍ଗିବାକୁ ଉଦ୍ୟମ ଅଭିଯୋଗ
୨. ବିଜେପିର କିଛି ନେତାଙ୍କ ବୟାନକୁ ନେଇ ନୀତିଶ ଚିନ୍ତାରେ ରହିଥିଲେ
୩. ବିହାରର ଆଇନ ଶୃଙ୍ଖଳାକୁ ନେଇ ବିଜେପି ଦ୍ୱାରା ଆକ୍ରମଣ ନେଇ ନୀତିଶ ଚିନ୍ତାରେ ଥିଲେ
୪. ବିହାରରେ ମଦବ୍ୟାନ ଆଇନକୁ ନେଇ ବିଜେପି ନେତାଙ୍କ ବୟାନ ପରେ ଅଡୁଆରେ ଥିଲେ ନୀତିଶ
୫. ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା
୬. ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରତ୍ୟାଶୀ କରିବା ଆଉ ଏକ ବଡ କାରଣ
୭. ପାଟନାର ଫଲବାରିସରିଫ ଟେରର ମଡେଲ ଉପରେ ବିଜେପି ନେତାଙ୍କ ପ୍ରଶ୍ନ ନେଇ ନାରାଜ ଥିଲେ ନୀତିଶ
୮. ଜେଡିୟୁ ନେତାଙ୍କ ଦ୍ୱାରା ଅଭିଯୋଗ ଲଗାଯାଇଥିଲା ବିହାର ବିଧାନସଭା ନିର୍ବାଚନରେ ବିଜେପି ଦ୍ୱାରା ଜେଡିୟୁର ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମ ହୋଇଥିଲା
୯. ନୀତିଶ ସରକାରରେ ବିଜେପି କୋଟାରୁ ମନ୍ତ୍ରୀଙ୍କ ଦ୍ୱାରା ଜେଡିୟୁ ମନ୍ତ୍ରୀଙ୍କୁ ସହଯୋଗ କରାଯାଉନଥିବା ଅଭିଯୋଗ ହୋଇଥିଲା ।
୧୦. ଜନସଂଖ୍ୟା ନିୟନ୍ତ୍ରଣ, ଜାତିଗତ ଜନଗଣନା ଏବଂ ଧର୍ମନିରପେକ୍ଷତା ପ୍ରସଙ୍ଗରେ ନୀତିଶ କୁମାର ବିଜେପି ସହ ଏକମତ ନଥିଲେ ।

Leave a Reply

Your email address will not be published. Required fields are marked *