ସାରା ଦିନର ଖବର

  • ୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ। ରାଜ୍ୟରେ ଦିନକୁ ୯ ଦୁଷ୍କର୍ମ। ବର୍ଷକରେ ଦେଢ ଲକ୍ଷରୁ ଅଧିକ ଅପରାଧିକ ମାମଲା।
  • ଶ୍ରୀଲଙ୍କାର ରାଷ୍ଟ୍ରପତି ହେଲେ ରାନିଲ୍ ବିକ୍ରମାସିଂଘେ । ୧୩୪ ଭୋଟ୍ ପାଇ ସେ ବିଜୟୀ ହୋଇଛନ୍ତି। ଦୁଲ୍ଲାସ ଅଲାହପ୍ପେରୁମା ଓ ଅନୁରା କୁମାରାଙ୍କୁ ହରାଇ ବିଜୟୀ ହୋଇଛନ୍ତି।
  • ଜଳ ଜୀବନ ମିଶନରେ ରାଜ୍ୟର ୪୩.୫୨ ଲକ୍ଷ ପରିବାର ପାଉଛି ପାନୀୟ ଜଳ। ରାଜ୍ୟସଭାରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲଙ୍କ ସୂଚନା ।
  • ଭାରତ-ନାମ୍ବିୟା ଚୁକ୍ତି ସ୍ବାକ୍ଷର। ଚିତା ବାଘ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଏମଓୟୁ ସ୍ୱାକ୍ଷର କରିଛନ୍ତି ଦୁଇ ଦେଶ। ଭାରତରେ ଶୁଭାରମ୍ଭ ଐତିହାସିକ ରେଞ୍ଜ୍‌ରେ ଚିତାବାଘ ପ୍ରକଳ୍ପ।
  • ନିୟମ ବଦଳାଇଲେ ସରକାର ।ପିଏମ କିଷାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର ୧୦କୋଟିରୁ ଅଧିକ ଚାଷୀ। ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବରରେ ଷ୍ଟାଟସ୍ ଦେଖିପାରିବେ ନାହିଁ । ମୋବାଇଲ ତଥା ପଞ୍ଜୀକୃତ ନମ୍ବରରୁ ଷ୍ଟାଟସ୍  ଚେକ୍ କରିପାରିବେ । ଅଯୋଗ୍ୟ ବ୍ୟକ୍ତି ଏହି ସୁବିଧା ଉଠାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
  • ପିଲାଙ୍କ ମୁଣ୍ଡପିଛା ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ। ଗୃହରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ । ୨୦୨୧ ଆର୍ଥିକ ବର୍ଷରେ ୬-୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା।
  • ନକଲି ଡାକ୍ତରଙ୍କ ଠକେଇ। ବାଲେଶ୍ବରର କହି ଠକିଲେ କାର୍ଲିଫର୍ଣ୍ଣିଆର ଯୁବତୀ। ଆଇଟି ଏକ୍ସପର୍ଟଙ୍କଠୁ ଲୁଟିଲେ ୨୪ ଲକ୍ଷ ଟଙ୍କା। ମାଟ୍ରିମୋନିଆଲ ସାଇଟ ରୁ ଆରମ୍ଭ ହୋଇଥିଲା କଥାବାର୍ତ୍ତା ।
  • ପୁଣି ବିଜେବି କଲେଜରେ ରାଗିଂ ଅଭିଯୋଗ ।ଆମ୍ବେଦକର ଛାତ୍ରାବାସରୁ ଆସିଛି ଏହି ଅଭିଯୋଗ। ଜୁନିଅରଙ୍କୁ ମାଡ଼ ମାରୁଛନ୍ତି ସୁପର ସିନିୟର ଛାତ୍ର। ଜଣେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଙ୍କୁ ରାଗିଂ ହୋଇଛି ।
  • ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ୨ ଶାର୍ପ ଶୁଟରଙ୍କୁ ପୋଲିସର ଏନକାଂଉଟର। ୨ ଅପରାଧୀ ପାକିସ୍ତାନକୁ ଖସି ଯିବା ପାଇଁ ଯୋଜନା କରୁଥିଲେ ।ଭାରତ-ପାକିସ୍ତାନ ବର୍ଡରଠାରୁ ୧୦ କିମି ଦୂରରେ ହୋଇଛି ଏନକାଂଉଟର। ୩ ପୋଲିସ କର୍ମୀ ଆହତ ।
  • ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଭୁବନେଶ୍ବର ରାସ୍ତାକଡ଼ କାନ୍ଥରେ ଲାଗିବନି ପୋଷ୍ଟର।ସ୍ୱଚ୍ଛ ପରିବେଶ ପାଇଁ ବିଏମସିର ନୂଆ ପଦକ୍ଷେପ । ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ।

You May Also Like

More From Author

+ There are no comments

Add yours