ଜାଣନ୍ତୁ କିଏ ଭାରତର ଧନୀ ମହିଳା ?

ସାଧାରଣତଃ ଭାରତ ସବୁଠାରୁ ଧନୀ ବ୍ୟକ୍ତି କହିଲେ, ମୁକେଶ ଅମ୍ବାନୀ, ଗୌତମ ଅଦାନୀଙ୍କ ପରି ଶିଳ୍ପପତିଙ୍କ ନାମ ମନକୁ ଆସେ। କିନ୍ତୁ ଭାରତର ସବୁଠାରୁ ଧନୀ ମହିଳା କିଏ ? ଏହାର ଉତ୍ତର ହେବ ସାବିତ୍ରୀ ଜିନ୍ଦଲ । ସେ ହେଉଛନ୍ତି ଓ.ପି.ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା । ଏହି ଗ୍ରୁପ୍ ଅଧିନରେ ହିଁ ଜେଏସଡବ୍ଲୁ, ଜେଏସପିଏଲ, ଜେଏସଏଲ ଆଦି କମ୍ପାନି ଆସୁଛି ।

୭୨ ବର୍ଷୀୟା ଭାରତର ସବୁଠାରୁ ଧନୀ ମହିଳା ହୋଇଥିବାବେଳେ ଦେଶର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଛନ୍ତି । ଗତ ୩ ବର୍ଷରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୩ ଗୁଣ ବୃଦ୍ଧି ପାଇଛି । ୨୦୨୦ରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୪.୮ ବିଲିୟନ ଡଲାର ଥିବାବେଳେ ୨୦୨୨ରେ ତାହା ୧୭.୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।

ଆସାମର ତିନସୁକିଆଠାରେ ମାର୍ଚ୍ଚ ୨୦, ୧୯୫୦ରେ ଜନ୍ମିତ ସାବିତ୍ରୀ ଜିନ୍ଦଲ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ସ୍ବର୍ଗତଃ ଓ.ପି.ଜିନ୍ଦଲଙ୍କ ପତ୍ନୀ ତଥା ପୃଥ୍ବୀ, ସଜ୍ଜନ, ନବୀନ ଓ ରତନ ଜିନ୍ଦଲଙ୍କ ମା । ଏହି ଚାରି ପୁଅ ଏବେ ଜିନ୍ଦଲ ଗ୍ରୁପର ବିଭିନ୍ନ କମ୍ପାନିର ପରିଚାଳନା କରୁଛନ୍ତି । ପ୍ରତି କମ୍ପାନିରେ ସବୁ ଭାଇଙ୍କର ଅଂଶଧନ ରହିଛି । କେବଳ ସେତିକି ନୁହେଁ, ପ୍ରତି କମ୍ପାନିରେ ଓପି ଜିନ୍ଦଲଙ୍କ ଥିବା ଅଂଶଧନର ସତ୍ତ୍ବେ ଏବେ ସାବିତ୍ରୀଙ୍କ ମାଲିକାନାରେ ରହିଛି । ଏଣୁ ପ୍ରତି କମ୍ପାନିର ସଂପତ୍ତି ବଢିବା ସହ ତାଙ୍କର ସମ୍ପତ୍ତି ବଢିଚାଲିଛି । ଏହା ସହ ସାବିତ୍ରୀ ଜିନ୍ଦଲ ପାଲଟିଛନ୍ତି ଦେଶର ଧନୀ ମହିଳା।

You May Also Like

More From Author

+ There are no comments

Add yours