ଯୋଗ ପାଇଁ ଗାଁର ନାଁ

ଯୋଗଦେଇଛି ଗାଁକୁ ପଚିଚୟ । ପ୍ରତ୍ୟେକ ବ୍ୟକ୍ତି ସ୍ୱତଃ ଆସି ଏଠାରେ କରନ୍ତି ଯୋଗ । ଛତିଶଗଡର କବର୍ଦ୍ଧା ଜିଲ୍ଲାର ଦଲପୁରୱା ଗାଁରେ ନିୟମିତ ଭାବେ ସାମୂହିକ ଯୋଗ ହେଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାରେ ଯୋଗକରିଥାନ୍ତି । ୨୦୧୪ ମସିହାରୁ ଏହା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଜାରିରହିଛି । ସକାଳ ପାଞ୍ଚଟାରୁ ସ୍କୁଲ ପରିସରରେ ସମସ୍ତେ ଉପସ୍ଥିତ ହୋଇଥାନ୍ତି । ଏହା ପରେ ସମସ୍ତେ ମିଶି ଏକ ଘଣ୍ଟା ଯୋଗ କରିଥାନ୍ତି । ଯୋଗ ପରେ ସମସ୍ତେ ନିଜ କାମରେ ଯାଇଥାନ୍ତି ।
ଲୋକଙ୍କ ମଧ୍ୟରେ ଯୋଗପ୍ରତି ରୁଚିରହିଛି । ସେମାନେ ସଚେତନ ମଧ୍ୟ ରହିଛନ୍ତି । ଗାଁର ପ୍ରତ୍ୟେକ ବର୍ଗର ଲୋକ ନିୟମିତ ଭାବେ ଯୋଗାଭ୍ୟାସ କରୁଛନ୍ତି । ଯୋଗ ପରେ ସେମାନେ ଖୁସି ଅନୁଭବ କରୁଛନ୍ତି । ଅନେକ ଜଣ ଯୋଗ କରିବା ପରେ ଜଟିଳ ରୋଗରୁ ମଧ୍ୟ ମୁକ୍ତ ହୋଇଛନ୍ତି । ରୋଗରୁ ମୁକ୍ତ ହେବା ଦେଖି ଅନେକ ଜଣ ଯୋଗ କରିବା ପାଇଁ ଇଚ୍ଛାପ୍ରକାଶ କରି ସ୍ୱତଃ ଆସି ଏଠାରେ ସାମିଲ ହୋଇଥିଲେ ।
ଲୋକେ କହିଛନ୍ତି, ଯୋଗ କରିବା ଦ୍ୱାରା ମନ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । ଦଲପୁରୱା ଗାଁର ଲୋକ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହା ଦେଖିବା ପରେ ଅନ୍ୟ ଗାଁ ଲୋକୋ ମଧ୍ୟ ଏହାକୁ ଅନୁସରଣ କରିଛନ୍ତି । ତେବେ ସବୁଠାରୁ ଖାସ କଥା ଲୋକେ ଯୋଗ କରିବା ପରେ ନିୟମିତ ଭାବେ ସେଠାରେ ଯଜ୍ଞ ମଧ୍ୟ କରିଥାନ୍ତି । ଏହା କରିବା ଦ୍ୱାର ମନ ଶାନ୍ତ ରହିବା ସହ ଲୋକେ ଅନେକ ଲାଭ ପାଇପାରିଥାନ୍ତି ।

You May Also Like

More From Author

+ There are no comments

Add yours