ରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ୟବହାର ହେବ ସ୍ୱତନ୍ତ୍ର କଲମ


ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଜୁଲାଇ ୧୮ରେ ଦେଶର ସର୍ବୋଚ୍ଚ ନାକରିକ ଚୟନ ପାଇଁ ମତଦାନ ହେବ । ଭାରତର ନିର୍ବାଚନ ଆୟୋଗ ନିର୍ବାଚନ ପୂରା ପ୍ରକ୍ରିୟାକୁ ପରିଚାଳନା କରିବେ । ତେବେ ଏଥର ନିର୍ବାଚନରେ ଗୋଟିଏ ନୂଆ କଥା ଦେଖିବାକୁ ମିଳିବ । ଏନେଇ ମୁଖ୍ୟ ନିର୍ବାଚନ କମିଶନ ମଧ୍ୟ ସୂଚନା ଦେଇସାରିଛନ୍ତି ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ସ୍ୱତନ୍ତ୍ର କଲମର ବ୍ୟବହାର ହେବ । ଯେଉଁ ବାଲାଟ ରହିବ ସେଥିରେ ଭୋଟ ଦେବା ପାଇଁ ସ୍ୱତନ୍ତ୍ର କଲମର ବ୍ୟବହାର ହେବ । ନିର୍ବାଚନ ଆୟୋଗ କହିଛନ୍ତି, ଭୋଟ ଦାନ ବେଳେ ଆୟୋଗଙ୍କ ପକ୍ଷରୁ ବିଶେଷ କଲମ ପ୍ରଦାନ କରାଯିବ । ଏହି କଲମ ମତଦାନ କେନ୍ଦ୍ରରେ ଅଧିକାରୀ ମତଦାତା ମାନଙ୍କୁ ଭୋଟ ଦାନ ବେଳେ ପ୍ରଦାନ କରିବେ । ଏହି ସ୍ୱତନ୍ତ୍ର କଲମରେ ହିଁ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ଥ କରିବେ । ଅନ୍ୟକୌଣସି ପ୍ରକାର କଲମର ବ୍ୟବହାର ହେବ ନାହିଁ ।
ଯଦି ଅନ୍ୟ କଲମର କେହି ବ୍ୟବହାର କରିବେ ତେବେ ତାହା ଗ୍ରହଣଯୋଗ୍ୟ ହେବ ନାହିଁ । ଆୟୋଗ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନ ପ୍ରକ୍ରିୟାକୁ ସମୃଦ୍ଧ କରିବା ପାଇଁ ନିର୍ବାଚନ ଅଧିକାରୀ, ସହ ନିର୍ବାଚନ ଅଧିକାରୀ ଏହି କଲମର ବ୍ୟବହାର ହୋଇଛି ନା ନାହିଁ ତାକୁ ସୁନିଶ୍ଚିତ କରିବେ । ଜୈବିକ ଭାବେ ନଷ୍ଟ ହେଉଥିବା ସାମଗ୍ରୀ ହିଁ ନିର୍ବାଚନରେ ବ୍ୟବହାର ହେବ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ପ୍ରକାରର ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ହେବ ନାହିଁ ।

You May Also Like

More From Author

+ There are no comments

Add yours