ଇମ୍ରାନଙ୍କୁ ହତ୍ୟା ଗୁଜବ

ପାକିସ୍ତାନରେ ହାଇଡ୍ରାମା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପାକିସ୍ତାନରେ ଚାଂଚଲ୍ୟ ଖେଳାଇ ଦେଇଛି। ଏଥିନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରି କରାଯାଇଛି । ଇମ୍ରାନଙ୍କ ଘର ଆଗରେ କଡା ସୁରକ୍ଷା କରାଯାଇଛି । ଯଦି ଇମ୍ରାନଙ୍କ କିଛି ଅସୁବିଧା ହୁଏ ତାହାହେଲେ ଏହାକୁ ପାକିସ୍ତାନ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ବୋଲି ପିଟିଆଇ ସଦସ୍ୟ ତଥା ପୁତୁରା ହସନ ନିୟାଜି କହିଛନ୍ତି । ଯେଉଁମାନେ ଏଥିରେ ଜଡିତ ରହିବେ ସେମାନେ ପଶ୍ଚାତାପ କରିବେ ବୋଲି ସେ କହିଛନ୍ତି ।

ପୂର୍ବରୁ ଇମ୍ରାନ ମଧ୍ୟ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହି ଆସିଛନ୍ତି । ଏପରିକି କେଉଁମାନେ ମୋତେ ହତ୍ୟା କରିବେ ସେମାନଙ୍କ ନାମ ଓ ଠିକଣା ମୁଁ ଏକ ଭିଡିଓ ବାର୍ତ୍ତାରେ ସୁରକ୍ଷିତ ରଖିଛି । ମୋ ହତ୍ୟା ପରେ ଯେପରି ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ପାରିବ, ଦେଶକୁ ବିକ୍ରି କରିବା ପାଇଁ ଇମ୍ରାନ ନ ଚାହିଁବାରୁ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଫୈଜଲ ବାୱାଡା କହିଛନ୍ତି ।

You May Also Like

More From Author

+ There are no comments

Add yours