ଚର୍ଚ୍ଚାରେ ୪୬ ବର୍ଷ ପୁରୁଣା ବହି

୧୯୭୬ ମସିହାରେ ଲାଇବ୍ରେରୀରୁ ନେଇଥିବା ଏକ ବହିକୁ ୪୬ ବର୍ଷ ପରେ ଫେରସ୍ତ କରାଯାଇଛି। ଆମେରିକାର ଓୱାସୋ ଲାଇବ୍ରେରୀରେ ଦେଖିବାକୁ ମିଳିଛି ଏହି ଦୃଶ୳। ଯାହାକୁ ନେଇ ଓୱାସୋ ଲାଇବ୍ରେରୀ ଫେସବୁକ୍ ପେଜରେ ଏକ ଥ୳୲ଙ୍କ ୟୁ ନୋଟ ସେୟାର କରିଛି । କଥା ଟି କୌତୁହଳ ହୋଇଥିବାରୁ ସାମାଜିକ ଗଣମାଧ୍ଯମ ବ୳ବହାରକାରୀଙ୍କ ମନକୁ ପାଇଛି।

ଆମେରିକାର ଓୱାସୋ ଲାଇବ୍ରେରୀ। ୧୯୭୬ ମସିହାରେ ଜଣେ ପାଠକ ‘ଆନି ଆନି’ ନାମକ ଏକ ବହି ନେଇଥିଲେ। ଦୀର୍ଘ ୪୬ ବର୍ଷ ପରେ ୨୦୨୨ ରେ ବ୳କ୍ତି ଜଣକ ବହିକୁ ଫେରାଇବା ପାଇଁ ଲାଇବ୍ରେରୀ ଯାଇଥିଲେ। ଲାଇବ୍ରେରିଆନ୍ ରେଜିଷ୍ଟ୍ରରରେ ବହି ନେଇଥିବାର ତାରିଖ ଦେଖି ଆଶ୍ଚର୍ଯ୳ ହୋଇଯାଇଥିଲେ। ଯାହା ଥିଲା ୮ସେପ୍ଟେମ୍ବର ୧୯୭୬। ଏହା ପରେ ଓୱାସୋ ଲାଇବ୍ରେରୀ ବହିର ଏକ ଫଟୋ ପୋଷ୍ଟ କରିଥିଲା। ଏବଂ ଲେଖାଥିଲା, ଯିଏ ବି ‘ଆନି ଆନି’ ବହି ଫେରାଇଛନ୍ତି ତା’ଙ୍କୁ ଧନ୳ବାଦ। ବହିଟି ୮ ସେପ୍ଟେମ୍ବର ୧୯୭୬ ମସିହାରେ ସେଣ୍ଟ୍ରାଲ ଲାଇବ୍ରେରୀରୁ ନିଆଯାଇଥିଲା। ଏବେ ମାତ୍ର ୪୬ ବର୍ଷର ସମୟସୀମା ପରେ ଫେରସ୍ତ କରାଯାଇଛି। ଏହି କୌତୁହଳପୂର୍ଣ୍ଣ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ମଜାଦାର କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

You May Also Like

More From Author

+ There are no comments

Add yours