Wed. Oct 14th, 2026

ଭାରତରେ କିଛିଦିନ ତଳେ କୃଷକ ଆନ୍ଦୋଳନ ରାଜନୀତିରେ ଏକ ବଡ଼ ପୃଷ୍ଠପୋଷକତା କରିଥିଲା। ଆଉ ଯାହା ଏଇ କିଛିଦିନ ହେବ ଥମିଥିବା ବେଳେ ପୁଣି ଆନ୍ଦୋଳନ କରିବାକୁ ରଣନୀତି ପ୍ରସ୍ତୁତ। ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା ତଥା ଭାରତୀୟ କିଷାନ ୟୁନିୟନର ମୁଖ୍ୟ ପ୍ରବକ୍ତା ରାକେଶ ଟିକାୟତ । ଆବଶ୍ଯକ ପଡିଲେ ଦେଶବ୍ୟାପୀ ଆନ୍ଦୋଳନ ହୋଇପାରେ, ଏଥିପାଇଁ କୃଷକଙ୍କୁ ଟ୍ରାକ୍ଟର ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି ।

କୃଷକଙ୍କ ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପୂରଣ ହୋଇପାରିନାହିଁ, ଏପରି ସ୍ଥଳେ ସରକାର ପୁଣି ଥରେ ଏକ ବିଶାଳ ଆନ୍ଦୋଳନର ସାମ୍ନା କରିପାରନ୍ତି ବୋଲି ଟିକାୟତ ରାଜସ୍ଥାନରେ ଆୟୋଜିତ ଏକ କୃଷକ ମହାପଞ୍ଚାୟତରେ ପରୋକ୍ଷ ଚେତାବନୀ ଦେଇଛନ୍ତି । ରାଜସ୍ଥାନର ସ୍ବାଇ ମାଧପୁରରେ ଏକ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିବା ଅବସରରେ ରାକେଶ ଟିକାୟତ ଏପରି କହିଥିବା ନଜିର ରେ ଆସିଛନ୍ତି। କୃଷକମାନଙ୍କୁ ସୁବିଧା ସୁଯୋଗ ଦିଅ ନଗଲେ ଆନ୍ଦୋଳନ ହେବ, ଏଥିପାଇଁ କୃଷକମାନେ ସେମାନଙ୍କ ଟ୍ରାକ୍ଟର ପ୍ରସ୍ତୁତ ରଖନ୍ତୁ ବୋଲି ଟିକାୟତ କହିଛନ୍ତି। ଖୁବ୍ କମ୍ ସମୟ ତଥା ଆବଶ୍ୟକତା ଅନୁସାରେ ତାରିଖ ଓ ଅନ୍ୟାନ୍ୟ କାର୍ଯ୍ୟସୂଚୀ ଜାରି କରାଯିବ ବୋଲି କହିଛନ୍ତି ।

ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଧାର୍ଯ୍ୟ ସହ ଗଠନ ହବାକୁ ଥିବା କମିଟି ପାଇଁ ସଦସ୍ୟ ଚୟନ କରିବା ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚାକୁ କେନ୍ଦ୍ର ସରକାର ଅବଗତ କରିସାରିଥିବା ବେଳେ ଏହି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଟିକାୟତ । କେନ୍ଦ୍ର ଏହି କମିଟି ସମ୍ପର୍କରେ ଘୋଷଣା କରିସାରିଥିବା ବେଳେ ଏହାର ରୂପରେଖ ସମ୍ପର୍କରେ ଚିତ୍ର ସ୍ପଷ୍ଟ କରୁନାହିଁ । ଦୁଇ ଜଣଙ୍କ ନାମ ସରକାର ଘୋଷଣା କରିଛନ୍ତି । ପ୍ରସ୍ତାବିତ କମିଟିରେ ମୋଟ କେତେ ସଦସ୍ୟ ରହିବେ, କିଏ ନେତୃତ୍ବ ନେବ, କମିଟିର କ୍ଷମତା ଓ କାର୍ଯ୍ୟକାଳ ସମ୍ପର୍କରେ ସରକାର ସ୍ପଷ୍ଟ କରୁନାହାନ୍ତି ବୋଲି କହି ବର୍ଷିବା ସହ ଆଗକୁ ପୁଣି ଆନ୍ଦୋଳନ ହେବ ବୋଲି ତିଜୟତ କହିଥିଲେ। ଏବଂ କୃଷକମାନେ ଆଗାମୀ ଲଢ଼େଇ ପାଇଁ ଟ୍ରାକ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *