Wed. Oct 14th, 2026

କଳା ହେଉଛି ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କଳା ହେଉଛି ହୃଦୟର ଭାବପ୍ରବଣତା ଏବଂ ଶକ୍ତିଶାଳୀ ଅନୁଭବର ଏକ ସ୍ୱତ ପ୍ରବୃତ୍ତ ପ୍ରବାହ । କଳାର ଆଧ୍ୟାତ୍ମିକ ବିକାଶର ଫଳ ସ୍ୱରୂପ ମଣିଷ ଅତ୍ୟଧିକ ଆତ୍ମସନ୍ତୋଷ ପାଇଥାଏ । ଅଭିନୟ ହେଉଛି ମଣିଷର ଅନ୍ତର୍ନିହିତ ଗୁଣ, ଯାହା ସମାଜକୁ ନୂତନ ଦିଗ ଦେଖାଇଥାଏ । ଭେଟେରାନ୍ ଅଭିନେତାମାନଙ୍କ ମଧ୍ୟରୁ ପ୍ରଫୁଲ୍ଲ କୁମାର ଲେଙ୍କା ଅନତମ । ସେ ଜଣେ ସଫଳ ଅଭିନେତା ଯିଏ ବିଭିନ୍ନ ସମୟରେ ବିଭିନ୍ନ ଚଳଚ୍ଚିତ୍ର, ସିରିଏଲ୍, ଡ୍ରାମା, ଏକକ ଅଭିନୟରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ, ଚମତ୍କାର ଏବଂ ବାସ୍ତବତାରେ ପରିପୂର୍ଣ୍ଣ । ସେ ଚରିତ୍ର ଭୂମିକାରେ ବିଚକ୍ଷଣ ଅଭିନୟ କରିଛନ୍ତି । ସେ ୨୦ ବର୍ଷ ହେବ ଅନେକ ଡ୍ରାମା, ସିରିଏଲ୍ ଏବଂ ଓଡିଆ ଚଳଚ୍ଚିତ୍ରରେ ଚରିତ୍ର ଅଭିନେତା, ଖଳନାୟକ ଏବଂ ବ୍ୟଙ୍ଗାତ୍ମକ ଭୂମିକାରେ ଅଭିନୟ କରିଛନ୍ତି ।

ନାଟକ ପ୍ରତି ଅହେତୁକ ଦୁର୍ବଳତା। ପିଲାଦିନୁ ତାଙ୍କର ଅଭିନୟ ପ୍ରତି ରହିଥିବା ଏହି ଦୁର୍ବଳତା ତାଙ୍କୁ ଟାଣି ଆଣିଛି ଅଭିନୟ ଜଗତକୁ। ସେ ହେଉଛନ୍ତି ପ୍ରଫୁଲ୍ଲ କୁମାର ସାମଲ। ପ୍ରଫୁଲ୍ଲ ବର୍ତମାନ ଭୁବନେଶ୍ଵର ବନ ବିଭାଗରେ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ନୟାଗଡ଼ ଜିଲ୍ଲା କଇଁଥ୍‌ଗାଡ଼ିଆ ଗ୍ରାମରେ ତାଙ୍କ ଘର। ତାଙ୍କ ବାପା ମଧ୍ୟ ଜଣେ ହାସ୍ୟ କଳାକାର ଥିଲେ। ଆକର୍ଷଣୀୟ ହାସ୍ୟାଭିନୟ ସାଙ୍ଗକୁ ଦାଶକାଠିଆ, ସଙ୍କୀର୍ତନ, ଡ୍ରାମାରେ ଅଭିନୟ କରିବା ସହ ଅନେକରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ବାପାଙ୍କର କଳାର ପ୍ରଭାବ ପଡ଼ିଥିଲା ପ୍ରଫୁଲ୍ଲଙ୍କ ଉପରେ । ଆଉ ସେ ମଧ୍ୟ ନାଟକରେ ଅଭିନୟ କରିବାକୁ ସୁଯୋଗ ଖୋଜୁଥିଲେ। ଯେତେବେଳେ ପ୍ରଫୁଲ୍ଲ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ବଢ଼ିବାରେ ଲାଗିଲା । ବାପାଙ୍କର କଳା ପ୍ରତି ଥିବା ଆନୁଗତ୍ୟରେ ସେ ଅନୁପ୍ରାଣିତ ହୋଇଥିଲେ ।ପ୍ରଥମେ ସେ ଏକ ଟେଲି ଫିଲ୍ମ ‘ହୃଦୟର ଆଖୁ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଅଭିନୟ ପାଇଁ ଶ୍ରେଷ୍ଠ କଳାକାର ଭାବେ ମଧ୍ୟ ପୁରସ୍କୃତ ହୋଇଥିଲେ। ଯାହା ତାଙ୍କୁ ଆଗକୁ ଯିବାକୁ ପ୍ରେରଣା ଯୋଗାଇଥିଲା । ପରେ ପରେ ଧାରାବାହିକ ମାଉସୀ, ଭାଗ୍ୟବିଧାତ, ସଂସ୍କାର, ତୁଳସୀ ଆଦିରେ ଅଭିନୟ କରିବା ପରେ ଅଭିନୟ କରିଥିଲେ ।

ଅଭିନୀତ ଡ୍ରାମା

୧. ଅସତ ହରିଶ୍ଚନ୍ଦ୍ର- ଶ୍ରେଷ୍ଠ ଅଭିନେତା ୨୦୦୫
୨. ବୋଉ ଲୋ ପଦ୍ମା ଘଞ୍ଚି ଗୁଞ୍ଚି ଯାଉଚି -୨୦୦୬
୩. ଠିକଣା କୁରୁକ୍ଷେତ୍ର ର – ଶ୍ରେଷ୍ଠ ଅଭିନେତା ୨୦୦୮
୪.କଳଙ୍କିନି-୨୦୦୯
୫. କାହାଣୀ ଆନେକ ଆଖିର-୨୦୧୦
୬. ପାହିନି ରତି ସରିନି କଥା -୨୦୧୧
୭. ଅଥଚ ଆହଲା- ଶ୍ରେଷ୍ଠ ଅଭିନେତା ୨୦୧୨
୮.ଠିକଣା ଫେରିବ ରାସ୍ତାରେ- ୨୦୧୩
୯.ଜୀବନ ଏମିତି ଗୀତଟିଏ-୨୦୧୪
୧୦.କ୍ଲାନ୍ତ ଅପରାହ୍ଣ- ୨୦୧୫
୧୧. ପାପ ପୃଥିବୀ -୨୦୧୬
୧୨. କାଳ ପୁରୁଷ -୨୦୧୭

ଫିଲ୍ମ
୧. ବାଜି
୨. ଶୁଭ ବିବାହ
୩. ଲଭ୍ ଡଟ୍ କମ
୪. କେମିତି ଏ ବନ୍ଧନ
୫. ହୃଦୟର ଆଖି
ଟେଲିଫିଲ୍ / ସିରିଏଲ
୧. ମାଉସୀ
୨.ପଣତକାନି
୩. ଭାଗବିଧାତା
୪. ତୁଲାସୀ
୫. ଗାୟତ୍ରୀ
୬.ମାଆ
୭. ସିନ୍ଧୁର ବିନ୍ଦୁ
୮. ସକାଳ ସୂର୍ୟ୍ୟ
୯. ଶ୍ରାବଣୀ
୧୦. ପର ଆପଣା
୧୧. ସଂସ୍କାର
୧୨. କୌଶଲା
୧୩. ସିଂହଦ୍ୱାର, ମଞ୍ଜରୀ ଟିଭି ୨୦୨୨

Leave a Reply

Your email address will not be published. Required fields are marked *