ସିକ୍ୟୁରିଟି ଚେକ୍ ବେଳେ ବାହାରିଲା ମଟର ଛୁଇଁ

ଓଡ଼ିଆ ଆଇପିଏସ୍ ଅଫିସର ତଥା ରାଜ୍ୟ ପରିବହନ ନିଗମର କମିଶନର ଅରୁଣ ବୋଥ୍ରା ନିକଟରେ ଅଡୁଆ ପରସ୍ଥିତିରେ ଫସି ଯାଇଥିଲେ । ନିଜ ବ୍ୟାଗରେ ଗ୍ରୀନ ମଟର ଆଣି ଆସୁଥିବା ବେଳେ ବିମାନ ବନ୍ଦରର ସିକ୍ୟୁରିଟି ଚେକରେ ଫସି ଯାଇଥିଲେ ବୋଥ୍ରା । ମାର୍ଚ୍ଚ ୧୬ ତାରିଖରେ ବୋଥ୍ରା ନିଜର ଟ୍ୱିଟ୍ଟର ହ୍ୟାଣ୍ଡେଲରେ ଏହି ଫଟୋ ଶେୟାର କରିଥିଲେ । ଅରୁଣ ବୋଥ୍ରାଙ୍କ ହ୍ୟାଣ୍ଡବ୍ୟାଗରେ କେବଳ ମଟର ଛୁଇଁ ରହିଥିଲା । ପରେ ବୋଥ୍ରା ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ଫଟୋଟିକୁ ୫୭ ହଜାର ଲାଇକ୍ ମିଳିଥିବା ବେଳେ ୨୮୨୩ ଥର ରିଟ୍ୱିଟ୍ କରାଯାଇଛି ।ଗ୍ରୀନ୍ ମଟର କିଲୋ ପିଛା ୪୦ ଟଙ୍କାରେ ମିଳୁଥିବା କାରଣରୁ ସେ ଏତେ ପରିମାଣରେ ଗ୍ରୀନ ମଟର କିଣିଥିବା ନେଇ ବୋଥ୍ରା ସ୍ପଷ୍ଟ କରିଛନ୍ତି । ଏହା ସହିତ କ୍ୟାପସନରେ ଲେଖିଛନ୍ତି ଜୟପୁର ବିମାନ ବନ୍ଦରରେ ସିକ୍ୟୁରିଟି ଷ୍ଟାଫ୍ ମତେ ବ୍ୟାଗ ଖୋଲିବାକୁ କହିଥିଲେ ।

ବୋଥ୍ରାଙ୍କ ପୋଷ୍ଟରେ ଆଇଏଏସ ଅଫିସର ଅବନୀଶ ଶରନ ଏବଂ ଆଇଏଫଏସ ଅଫିସ ପ୍ରବୀଣ କାଶ୍ୱାନ ମଧ୍ୟ କମେଣ୍ଟ କରିଥିଲେ । ଅବନୀଶ ଲେଖିଛନ୍ତି ନିକଟରେ ଲାଉ ଓ ବାଇଗଣ ଆଣିବା ପାଇଁ ଇଣ୍ଡିଗୋ ବିମାନରେ ଅତିରିକ୍ତ ୨ ହଜାର ଟଙ୍କା ଦେବାକୁ ପଡିଥିଲା । ସେହିପରି ପ୍ରବୀଣ ଲେଖିଛନ୍ତି ଏହା ମଟରର ଚୋରାଚାଲାଣ । ଏକାଧିକ ବ୍ୟବହାର କାରୀ ଏହା ଉପରେ କମେଣ୍ଟ କରିବା ସହିତ ପୋଷ୍ଟଟି ବେଶ ଭାଇରାଲ ହୋଇଛି।

You May Also Like

More From Author

+ There are no comments

Add yours