ଅନଲାଇନ୍ ରେ ଭାଇରାଲ ହେଉଛି ଜୋତା। କଥାଟା ଟିକେ ଖଟକା ଲାଗୁଥିବ ନିଶ୍ଚିତ। ତେବେ କଥାଟି କିନ୍ତୁ ପୁରାପୁରି ସତ। ଆମେ ଯେଉଁ ଜୋତା ବିଷୟରେ କହିବାକୁ ଯାଉଛୁ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି। ସ୍ୟାଣ୍ଡୱିଚ ଷ୍ଟାଇଲ ରେ ତିଆରି ହୋଇଛି ଏହି ଜୋତା। ଆଉ ଯାହାର ମୂଲ୍ୟ ରହିଛି ପାଖାପାଖି ସାତ ହଜାର ଟଙ୍କା ଯେଉଁଥି ପାଇଁ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ୟାଣ୍ଡୱିଚ ସ୍ନିକର।ମସ୍ତଙ୍କୁ ଚକିତ କରୁଥିବା ଏହି ଜୋତା ଟି ଡଲ୍ସ କିଲ ନାମକ ଏକ ବ୍ରାଣ୍ଡରୁ ଆସିଛି | ଜୋତାଟିର ଗଠନ ଶୈଳୀ ଥ୍ରି ଡି ମଡେଲ ସହ ଏକ ରିଅଲ ସ୍ୟାଣ୍ଡୱିଚ ପରି ଦେଖାଯାଉଛି । ଏହି ଜୋତାତି ସୌଖିନ ଚମଡ଼ାରେ ତିଆରି ହୋଇଛି।”ଡେଲି ସ୍ୟାଣ୍ଡୱିଚ୍ ପ୍ଲାଟଫର୍ମ ସ୍ନେକର୍ସ ଡଲ୍ସ କିଲର ୱେବସାଇଟରେ ଉପଲବ୍ଧ ହେବା ସହ ଏହାର ବାସ୍ତବିକ ମୂଲ୍ୟ 98 ଡଲାର ଅଟେ, ଯାହାର ମୂଲ୍ୟ ପ୍ରାୟ 7,322 ଟଙ୍କା |ବ୍ରାଣ୍ଡ ଡଲ୍ସ କିଲ ଏଭଳି ଜୋତା କୁ ସୋସିଆଲ ମିଡ଼ିଆ ଅପଲୋଡ଼ କରିବାର କିଛି କ୍ଷଣ ମଧ୍ୟରେ ୪୬ହଜାରରୁ ଉର୍ଦ୍ଧ୍ବ ଲାଇକ ଆସିବାସହ ବିଭିନ୍ନ ଲୋକ ଏହାକୁ ନେଇ ମତ ପ୍ରକାଶ କରିଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି କି ଏହା ମୋ ପାଇଁ ନା। ଜଣେ ଏହି ଜୋତା କୁ ଶୀଘ୍ର ପିନ୍ଧିବାକୁ ଆଗ୍ରହ ପ୍ରକାଶ କରଉଠିବା ବେଳେ ଅନ୍ୟ ଜଣେ ଉପଭୋକ୍ତା ଏହି ଜୋତା ସହ ଗୋଟିଏ ଜୀବନ ବିତାଇବାକୁ କହିଥିବା ଦେଖିବାକୁ ମିଳିଛି। ପ୍ରତି ମୁହୂର୍ତ୍ତରେ ସୋସିଆଲ ମିଡ଼ିଆର ଏମିତି କିଛି ପୋଷ୍ଟ ନିଆରା ଲାଗିବା ସହ ମନରେ ଉତ୍କଣ୍ଠା ବଢାଇଥାଏ। ତେବେ ଏହି ସ୍ୟାଣ୍ଡୱିଚ ଆକୃତିର ଜୋତାଟି ଠିକ୍ ସେହିଭଳି ସଭିଙ୍କ ମନରେ ଉତ୍କଣ୍ଠା ଭରିଦେଇଛି।
