ଭାରତୀୟ ନୌସେନାର ବମ୍ପର ବଜେଟ,ଚାଇନାକୁ ବିପଦ

ଏଣିକି ଭାରତୀୟ ନୌସେନା ହେବ ଅଧିକ ଦକ୍ଷ ଓ ଶକ୍ତିଶଳୀ । ୨୦୨୨-୨୩ ବଜେଟ ଭାରତୀୟ ସେନା ପାଇଁ ବମ୍ପର ବଜେଟ୍ । ଏହା ଦ୍ୱାରା ଜାହାଜ ଏବଂ ବୁଡ଼ାଜାହାଜକୁ ଆଧୁନିକୀକରଣ କରିବାରେ ଅସୁବିଧା ହେବ ନାହିଁ । ଏଣିକି ଭାରତ ମହାସାଗରରେ ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତୀୟ ନୌସେନା ଆଉ ପଛଘୁଞ୍ଚା ଦେବ ନାହିଁ । ନୂତନ ପ୍ଲାଟଫର୍ମ ଏବଂ ଯନ୍ତ୍ରପାତି କିଣିବା ପାଇଁ ନୌସେନାର ପୁଞ୍ଜି ବଜେଟ୍ ପ୍ରାୟ ୪୫% ହ୍ରାସ ପାଇଛି । କେବଳ ଜାହାଜ ଏବଂ ଯନ୍ତ୍ରପାତି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୧ହଜାର କୋଟି ମଞ୍ଜୁର ହୋଇଥିଲା । କିନ୍ତୁ ୨୦୨୨-୨୩ରେ ୩୫ହଜାର ୪୫୨ କୋଟି ଟଙ୍କା ବଜେଟରେ ଦିଆଯାଇଛି । ଅର୍ଥାତ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୭୫% ପୁଞ୍ଜି ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ବାୟୁସେନାର ପୁଞ୍ଜି ବ୍ୟୟ ମାତ୍ର ୪.୪% ବୃଦ୍ଧି ପାଇଥିବା ବେଳେ ସେନାର ୧୨% ହ୍ରାସ ହୋଇଛି ।

ବଜେଟରେ ଦର୍ଶାଯାଇଛି ଯେ ଭାରତୀୟ ସେନା ୨୦୨୧-୨୨ ଆର୍ଥିକ ବର୍ଷରେ ୧୧,୧୦୪ କୋଟି ଟଙ୍କା ଖର୍ଚ୍ଚ କରିଛି । ବାୟୁସେନା ଗତବର୍ଷ ପାଇଥିବା ଅନୁଦାନ ତୁଳନାରେ ୧,୩୮୩ ଟଙ୍କା କମ୍ ଖର୍ଚ୍ଚ କରିଛି। ତେଣେ ନୌସେନା ନିଜର ସମସ୍ତ ଟଙ୍କା ଖର୍ଚ୍ଚ କରି ଅଧିକ ୧୨,୭୬୭.୯୯ କୋଟି ଟଙ୍କା ଖର୍ଚ୍ଚ କରିଛି ।
ଭାରତ ମହାସାଗରରେ ଚୀନର ଦାଦାଗିରି ସାମୁଦ୍ରିକ ସୁରକ୍ଷା ପ୍ରତି ସଙ୍କଟ ସୃଷ୍ଟି କରିଛି । ଚୀନ୍ ଏହି ଅଞ୍ଚଳରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ନୌସେନା ଏଣିକି ବିଶ୍ୱାସନୀୟ ସାମୁଦ୍ରିକ ଶକ୍ତି ବୃଦ୍ଧିରେ ସହାୟକ ହୋଇପାରିବ । ନୌସେନାର ନିର୍ମାଣାଧୀନ ୩୯ଟି ଜାହାଜ ଏବଂ ବୁଡ଼ାଜାହାଜ ମଧ୍ୟରୁ ୩୭ ଟି ଭାରତରେ ତିଆରି ହେଉଥିବାରୁ ଏଣିକି ଆର୍ଥିକ ସଙ୍କଟ ରହିବ ନାହିଁ । ଗତ ବର୍ଷ ଚାରୋଟି ପି୮ଆଇ ଅନୁସନ୍ଧାନ ବିମାନ କିଣିବା ପାଇଁ ଚୁକ୍ତିନାମା ହୋଇସାରିଛି । ପୂର୍ବରୁ ଏହି ଧରଣର ୮ଟି ବିମାନ କିଣାଯାଇ ନୌସେନାରେ ସାମିଲ କରାଯାଇଛି । ୨୪ ଟି ଆମେରିକା ନିର୍ମିତ ଏମଏଚ ୬୦ ରୋମିଓ ହେଲିକପ୍ଟର ଏବଂ ବୁଡ଼ାଜାହାଜ ମଧ୍ୟ ନୌସେନାରେ ସାମିଲ ହୋଇସାରିଛି ।
ଗତ ବର୍ଷ ଡିସେମ୍ବରରେ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ହରି କୁମାର କହିଥିଲେ ଭାରତର ଉତ୍ତରରେ ସୁରକ୍ଷା ପରିସ୍ଥିତି ଚାଲେଞ୍ଜ ସୃଷ୍ଟି କରିଛି । ଭାରତୀୟ ନୌତରୀକୁ ନିୟୋଜିତ କରାଯାଇଛି । ଚାଇନାର ଯୁଦ୍ଦ ଜାହାଜ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଗତ ଦଶନ୍ଧି ମଧ୍ୟରେ ନୌସେନାର ଯଥେଷ୍ଟ ଶକ୍ତି ବୃଦ୍ଧି ହୋଇଛି । ୧୩୦ରୁ ଅଧିକ ଯୁଦ୍ଦ ଜାହାଜ ନୌସେନା ପାଖରେ ଅଛି । ସଂଖ୍ୟା ଦୃଷ୍ଟିରୁ ଭାରତୀୟ ନୌସେନା ବିଶ୍ୱର ସର୍ବବୃହତ୍ତ ନୌସେନା । ଏହି ସଂଖା ବୃଦ୍ଧି ପାଇଁ ଭାରତୀୟ ନୌସେନାର ଯୋଜନା ରହିଛି।
କେବଳ ନୌସେନା ନୁହେଁ, ଇଣ୍ଡିଆନ କୋଷ୍ଟଗାର୍ଡର ବଜେଟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ରେ ୨,୬୫୦ କୋଟି ଥିଲା । ଏବେ ୬୦.୨୪% ବୃଦ୍ଧି ପାଇ ୪,୨୪୬ କୋଟି ଟଙ୍କା ହୋଇଛି। ଭାରତୀୟ ନେସେନାର ବଜେଟ ବୃଦ୍ଧି ଚାଇନା ନୌସେନାର ବିସ୍ତାରକୁ ରୋକିବ ।

You May Also Like

More From Author

+ There are no comments

Add yours