ଉତ୍ତରପ୍ରଦେଶ ନିର୍ବାଚନରେ ୧୨ ଅଶିକ୍ଷିତ ପ୍ରାର୍ଥୀ

ଶବ୍ଦଓଡ଼ିଶା ବ୍ୟୁରୋ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୧୪ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ । ୧୨ ଜଣ ଅଶିକ୍ଷିତ ବୋଲି ନିଜକୁ ସତ୍ୟପାଠରେ ଘୋଷଣା କରିଛନ୍ତି। ୧୦୨ ପୋଷ୍ଟ ଗ୍ରାଜୁଏଟ୍ ଏବଂ ୬ ପ୍ରାର୍ଥୀ ପିଏଚଡି କରିଛନ୍ତି ।
ପଶ୍ଚିମ ଉତ୍ତରପ୍ରଦେଶର ଆମ୍ରୋହା, ବରେଲି, ବିଜନୋର, ବୁଡାଉନ୍, ମୋରାଡାବାଦ, ରାମପୁର, ସାହାରନପୁର, ସମ୍ବଲ ଏବଂ ଶାହାଜାହାନପୁରର ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନରେ ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯାୟ ଭୋଟ୍ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୮୬ ଜଣଙ୍କ ମଧ୍ୟରୁ ୫୮୪ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ ପରେ ଏହି ତଥ ପଦାକୁ ଆସିଛି । ଦୁଇ ପ୍ରାର୍ଥୀଙ୍କ ଆଫିଡେଭିଟ୍ ଅସମ୍ପୂର୍ଣ୍ଣ ଥିବାରୁ ବିଶ୍ଳେଷଣ କରାଯାଇପାରି ନାହିଁ । ୧୨ ଜଣ ପ୍ରାର୍ଥୀ ଅଶିକ୍ଷିତ । ୬୭ ଜଣ ସାକ୍ଷର, ୧୨ ଜଣ ୫ ଶ୍ରେଣୀ ଏବଂ ୩୫ ଜଣ ଅଷ୍ଟମ ପାସ୍ କରିଥିବାବେଳେ ୫୮ ଜଣ ୧୦ମ ଏବଂ ୮୮ ଜଣ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି ।

You May Also Like

More From Author

+ There are no comments

Add yours