




ସରକାରଙ୍କ ଆଦିବାସୀ ମାରଣା, କମ୍ପାନୀ ପ୍ରୀତି ଚଳିବ ନାହିଁ । ଜମି,ଜଳ, ଜଙ୍ଗଲ କର୍ପୋରେଟକୁ ସରକାର ଟେକି ଦେଇ ପାରିବେ ନାହିଁ। ସରକାରଙ୍କ ବିରୁଦ୍ଧ ରେ ଆଦିବାସୀ ମାନେ ଋଣ ହୁଙ୍କାର ଦେଇଛନ୍ତି।
୧୯ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ସିପିଆଇ ଲିବେରେଶନ ତରଫରୁ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ନାରାବାଜି କରିଛନ୍ତି। ମଙ୍ଗଳବାର ୨୦ଦଫା ଦାବିରେ ରାୟଗଡ଼ା ଜିଲ୍ଲା ଗୁଣପୁର ସିପିଆଇ(ଏମ୍ ଏଲ) ଲିବେରଶନ ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ବରେ ଗୁଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ରୁ ଏକ ବିରାଟ ଶୋଭାାଯାତ୍ରାରେ ବାହାରି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏଥିସହ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ୨୦ ଦଫା ଦାବି ସମ୍ବଳିତ ଉଭୟ ବିଡିଓ ଏବଂ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟ ଦାବି ଗୁଡ଼ିକ ହେଲା ମହାତ୍ମା ଗାନ୍ଧୀ ନରେଗା କାମ କୁ ୨୦୦ ଦିନ ଦିନ କୁ ୬ଶହ ଟଙ୍କା ପ୍ରଦାନ କରାଯାଉ, ରେଶନ କାର୍ଡ ଧାରୀ ଙ୍କୁ ୫୦କେଜି ଚାଉଳ ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଙ୍କୁ ୫ ଲକ୍ଷ ପ୍ରଦାନ, କପା କୁଇଣ୍ଟାଲ ୯୦୦୦ ହଜାର ଟଙ୍କା, ଧାନ କୁଇଣ୍ଟାଲ ୩୦୦୦ ହଜାର, କୃଷି ରୁଣ ଛାଡ , ଭାଗ ଛାଷି ମାନକୁଂ ଛାଷି ର ମାନ୍ୟତା, ଆଦିବାସୀ ପରିବାର ଙ୍କୁ ଘର ଡିହ, ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁଯାଇ ପଟ୍ଟା ପ୍ରଦାନ କରିବା, ଆଦିବାସୀ ମାନଙ୍କ ଜମି କୁ ଅଣ ଆଦିବାସୀ ମାନ କିଣିବା ଆଇନ ସମ୍ପୂର୍ଣ୍ଣ ବାତିଲ କରିବା , ଗୁଡା ତୋଇକୁରୁ ଗାରେ ନାମିତ ପୁଟାସିଂ କାର୍ଯ୍ୟାଳୟ ପାଖରେ ଗୁଡା ତୋଇକୁରୁ ଲେଖାଯାଉ ଓ ପ୍ରକୃତ ପୁଟାସିଂ ଠାରେ ପଞ୍ଚାୟତ କାର୍ଯ୍ୟାଳୟ କରିବା, ଗୁଣପୁର ଠାରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ଜମି କୁ ଜଳ ସେଚନ ସୁବିଧା କରିବା,ଜଳତାର ପଞ୍ଚାୟତ ରେ ଲାଞ୍ଚ କାରବାର ବନ୍ଦ କରିବା, ରାମନାଗୁଡ଼ା ବ୍ଲକ ସୀମାନ୍ତରେ ଆନ୍ଧ୍ର ପ୍ରଦେଶ ର ଜମିଦାର ମାନେ ସରକାରୀ ଜମି କୁ ହଡ଼ପ କରିଥିବା ଜମି କୁ ଉଦ୍ଧାର କରି ଗରିବ ଆଦିବାସୀ ଲୋକଙ୍କୁ ପ୍ରଦାନ କରିବା ଆଦି। ଏହି ସମୟ ରେ ସଂଗଠନ ମୁଖ୍ୟଙ୍କ ସହ ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ମାନେ ଉପସ୍ଥିତ ରହିଥିଲେ l