ଛତିଶଗଡ ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ନକ୍ସଲ ହିଂସା ଜଣେ ସହିଦ


ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପଡୋଶୀ ଛତିଶଗଡ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଦେଖିବାକୁ ମିଳିଛି ନକ୍ସଲ ହିଂସା । ଗରିୟାବନ୍ଦ ଜିଲ୍ଲା ମେନପୁର ବ୍ଲକର ଅତି ସମ୍ବେଦନଶୀଳ ବୁଥ୍ ବଡଗୋବରା ମତଦାନ କେନ୍ଦ୍ରରୁ ପୁଲିଂ ଟିମକୁ ସୁରକ୍ଷାଦେଇ ଆଣୁ ଥିବା ସମୟରେ ନକ୍ସଲଙ୍କ ଦ୍ବାରା ଆଇ.ଇ. ଡି ବିସ୍ପୋରଣରେ ଆଇ.ଟି.ବି.ପିର ଜବାନ ସହିଦ ହୋଇଛନ୍ତି । ଗରିୟାବନ୍ଦ ଏସ୍ ପି ଅମିତ ତୁକାରାମ କୁଂବଲେ ଏ ନେଇ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ସହିଦ ଯବାନ ଜଣକ ହେଉଛନ୍ତି ଆଇ ଟି ବି ପି ର ହାବିଲଦାର ଯୋଗେନ୍ଦ୍ର ସିଂ ଓ ତାଙ୍କ ନିଜ ଘର ଜାମ୍ମୁ କାଶ୍ମିର ରାଜ୍ୟ ର ବୋଲି ଏସ୍ ପି ଶ୍ରୀ କାଂବେଲେ ସୂଚନା ଦେଇଛନ୍ତି । ସହିଦ ଯବାନ ଯୋଗେନ୍ଦ୍ର ସିଂଙ୍କୁ ଆଜି ଜିଲ୍ଲା ପୋଲିସ ଫ୍ୟାରେଡ ଗ୍ରାଉଣ୍ଡ ରେ ଗରିୟାବନ୍ଦ ଜିଲ୍ଲାପାଳ ଆକାଶ ଛିକାରା, ପ୍ରର୍ଯ୍ୟବେକ୍ଷକ ଅରୁଣ ଶ୍ରୀବାତ୍ସବ, ଙ୍କ ସମେତ ଜିଲ୍ଲା ର ବରିଷ୍ଠ ଅଧିକାରୀ ଓ ସି ଆର୍ ପି ଏଫ୍ ଯବାନ ଙ୍କ ସମେତ ଜିଲ୍ଲା ପୋଲିସ ବଳ ମର୍ଯ୍ୟଦାର ସହ ଅଶ୍ରୁଳ ଶ୍ରଦ୍ଦାଞ୍ଜଳୀ ଦେବା ସହ ରାଷ୍ଟ୍ରିୟ ମର୍ଯ୍ୟଦା ର ସହ ତାଙ୍କ ମର ଶରୀର କୁ ଜାମ୍ମୁ କାଶ୍ମିର ପଠାଯାଇଛି ।
ଗତ ୧୭ ତାରିଖ ଦିନ ଛତିଶଗଡ ରାଜ୍ୟ ର ୭୦ ଟି ଆସନ ରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ ହୋଇ ଥିଲା । ଗରିୟାବନ୍ଦ ଜିଲ୍ଲା ବିନ୍ଦ୍ରାନୟାଗଡ ବିଧାନ ସଭା କ୍ଷେତ୍ର ର ସର୍ବମୋଟ ୫୭୨ ଟି ମତଦାନ କେନ୍ଦ୍ର ରେ ଶାନ୍ତିପୁର୍ଣ୍ଣ ଭାବେ ମତଦାନ ଅନୁଷ୍ଠିତ ହୋଇଥିଲା । ତେବେ ମେନପୁର ବ୍ଲକ ବଡଗୋବରା ର ଅତି ସମ୍ବେଦନଶୀଳ ବୁଥ୍ ରୁ ମତଦାନ ସମାପ୍ତ କରି ନିର୍ବାଚନ ଦଳକୁ ସୁରକ୍ଷିତ ଭାବେ ଆଣୁଥିଲେ । ରାସ୍ତାରେ ନକ୍ସଲଙ୍କ ଆଇ.ଇ.ଡି ବିସ୍ପୋରଣରେ ଆଇ.ଟି.ବି.ପି ର ହେଡ୍ କନେଷ୍ଟବଲ ଯୋଗେନ୍ଦ୍ର ସିଂ ଗୁରୁତର ଆହତ ହୋଇଥିଲେ । ନିର୍ବାଚନୀ ଅଧିକାରୀଙ୍କୁ ସୁରକ୍ଷା ବଳ ଅନ୍ୟ ରାସ୍ତା ଦେଇ ସୁରକ୍ଷିତ ଭାବରେ ଆଣିବା ସହ ଗୁରୁତର ଯବାନ ଯୋଗେନ୍ଦ୍ର ସିଂ ଙ୍କୁ ଚିକିତ୍ସା ପାଇଁ ମେନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନବରଙ୍ଗପୁର ଜିଲ୍ଲାର ଏହା ପଡୋଶୀ ରାଜ୍ୟ ହୋଇ ଥିବା ସହ ଚନ୍ଦାହାଣ୍ଡି, ରାଇଘରର ଏହି ଅଂଚଳ ଅତି ନିକଟତର । ଆଗକୁ ରହିଛି ଓଡିଶା ନିର୍ବାଚନ । ଏହାକୁ ଆଖି ଆଗରେ ରଖି ନବରଙ୍ଗପୁର ଜିଲ୍ଲା ପୋଲିସ୍ ସଜାଗ ରହିବାକୁ ବିଭିନ୍ନ ମହଲ ରେ ମତ ପ୍ରକାଶ ପାଇଛି।
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours