ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ

 ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ଏକ ଭରପୂର ଉତ୍ସବରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି । ଭାରତ-ଶ୍ରୀଲଙ୍କା ମ୍ୟାଚ ପୂର୍ବରୁ କ୍ରିକେଟ ଲିଜେଣ୍ଡ ତେନ୍ଦୁଲକରାଙ୍କ ଲାଇଫ-ସାଇଜ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି ।

ସଚିନ ତେନ୍ଦୁଲକର ଓ ତାଙ୍କ ପରିବାରର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଓ୍ବାଙ୍ଖଡେ ଷ୍ଟାଡିଅମର ସଚିନ ତେନ୍ଦୁଲକର ଷ୍ଟାଣ୍ଡ ନିକଟରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଓ୍ବାଙ୍ଖଡେ ଷ୍ଟାଡିଅମରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବା ନେଇ ଘୋଷଣା ହେବା ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା । ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ପ୍ରମୁଖ ଉପସ୍ଥିତ ଥିଲେ 

You May Also Like

More From Author

+ There are no comments

Add yours