ବିଜୁ ଜନତା ଦଳ ବ୍ୟକ୍ତିଗତ କୁତ୍ସାରଟନାରୁ ନିବୃତ ରହିଲେ ଭଲ: ସୁଜିତ୍ ଦାସ

ଭୁବନେଶ୍ୱର,ତା.୧୧/୧୦: ଗତକାଲି ଯେଉଁଭଳି ଭାବେ ରାଜ୍ୟ ବିରୋଧୀ ଦଳ ନେତାଙ୍କୁ ବିଜୁ ଜନତା ଦଳ ବ୍ୟକ୍ତିଗତ ସ୍ତରକୁ ଯାଇ ମାନସିକ ଦେବାଳିଆ କହିଛି ଏହାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ୍ ।
ଆଜି ଶ୍ରୀ ଦାସ ଟ୍ୱିଟ କରିଛନ୍ତି ଯେ, ପ୍ରଶ୍ନ ପଚାରିଲେ ଉତର ଦେବା ବଦଳରେ ବିଜୁ ଜନତା ଦଳ ବ୍ୟକ୍ତିଗତ କୁତ୍ସାରଟନା କରୁଛି । ଯେଉଁଥିରୁ ସେମାନେ ନିବୃତ ରହିଲେ ଭଲ ହେବ । ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ କାହିଁକି ଦଳୀୟ ଚିହ୍ନରେ ବ୍ୟବହାର ହେଲା, ସେ ନେଇ ମାନ୍ୟବର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇଥିଲେ । ଏହାର ଜବାବ ନଦେଇ ବିଜୁ ଜନତା ଦଳର ପ୍ରବକ୍ତା ବିରୋଧୀ ଦଳ ନେତାଙ୍କୁ ମାନସିକ ବିକାରଗ୍ରସ୍ତ କହିବା ବିଜୁ ଜନତା ଦଳର ରୁଗୁଣ ମାନସିକତାର ପରିଚୟ । ନିଜ ଦଳୀୟ ସଭାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଲା ପରେ ନବୀନ ବାବୁଙ୍କର ମାନସିକ ସ୍ଥିରତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ନବୀନ ବାବୁ ତାଙ୍କ ଦଳର ମହିଳା ସାଂସଦକୁ ଚିହ୍ନି ପାରୁନାହାନ୍ତି, ଦଳର ଉତରୀୟ ଓ ବ୍ୟାଚ୍‌କୁ ଫିଙ୍ଗି ଫୋପାଡି ଦେଉଛନ୍ତି । ଏହାକୁ ନେଇ ବିଜେଡି ପ୍ରବକ୍ତା କ’ଣ କହିବେ ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା ।
ଶ୍ରୀ ଦାସ କହିଛନ୍ତି ଯେ, ଯାହାଙ୍କ ନାଁରେ ବିଜୁ ଜନତା ଦଳ ତିଆରି ହୋଇଛି ସେହି ସ୍ୱର୍ଗତଃ ବିଜୁ ବାବୁ ଦିନେ ଭବାନୀପାଟଣାରୁ ନେଇ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ସବୁ ଜାଗାରେ ମାଡ ଖାଇଥିଲେ । ବିଧାନସଭା ଗୃହ ଭିତରେ ସେତେବେଳର ନେତା ସ୍ୱର୍ଗତଃ ମାନସ ମଲ୍ଲିକଙ୍କୁ ବିଜେଡିର ନେତା ଓ ମନ୍ତ୍ରୀମାନେ ଘେରିକି ମାରିବା, ବିଜେଡି କ’ଣ ଭୁଲିଯାଇଛି କି? ପ୍ରତ୍ୟେକ ଦିନ ବିଜେଡିର ଗୋଷ୍ଠୀ କନ୍ଦଳ ଓ ବାଡିଆପିଟା ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରୁଛି । ବିଜେଡିର କ୍ରୀତଦାସ, ବଚସ୍କର, ବୁକୁଚାବୁହା ନେତାମାନେ ଜଣେ ସରକାରୀ ଚାକିରିଆକୁ ପ୍ରଭୁ ବୋଲି ମାନୁଛନ୍ତି । ବିଜେଡି ସେହି ନଜରରେ ଅନ୍ୟକୁ ଦେଖନ୍ତୁ ନାହିଁ ଏବଂ ନିଜେ ଦଳ ବିଷୟରେ ଆତ୍ମ ସମୀକ୍ଷା କରନ୍ତୁ ।

You May Also Like

More From Author

+ There are no comments

Add yours