ସିକ୍ୟୁରିଟି ଗାର୍ଡକୁ ହତ୍ୟା, ଅଭିଯୁକ୍ତ ପ୍ରକାଶ ବେହେରା ଗିରଫ

ଶବ୍ଦ ଓଡିଶା ବ୍ୟୁରୋ : ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ ଏହି ଘଟଣା ଘଟିଛି । ମୃତକ ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ। ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ ବେହେରାକୁ ଗିରଫ କରିଛି। ପ୍ରକାଶଙ୍କ ଘର ଖୁଣ୍ଟିଆପଡ଼ା ଗ୍ରାମରେ।

ଯୋଗୀଭଗୋରା ଗ୍ରାମରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରାଯାଇଥିଲା। ରାତିରେ ଜଣେ ସିକ୍ୟୁରିଟି ଗାଡ ଜଗୁଥିବା ବେଳେ ଦିନରେ ଜଣେ ସିକ୍ୟୁରିଟି ଜଗୁଥିଲେ। ରାତିରେ ରଞ୍ଜନ ଦାୟିତ୍ୱରେ ରହୁଥିବା ବେଳେ ଦିନରେ ପ୍ରକାଶ ରହୁଥିଲେ। ଗତକାଲି ରାତିରେ ରଞ୍ଜନ ଦାୟିତ୍ୱ ଥିବା ବେଳେ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି କଥାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ପ୍ରକାଶ ଏକ ଟାଙ୍ଗିଆ ଆଣି ରଞ୍ଜନ ହାଣି ହତ୍ୟା କରିଥିଲେ। ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।

You May Also Like

More From Author

+ There are no comments

Add yours