ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କୁ ମିଳିବ ନିଯୁକ୍ତି

ଶବ୍ଦ ଓଡିଶା ବ୍ୟୁରୋ: : ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି । ଆଇନଜୀବୀ ଶିବ ଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ହାଇକୋର୍ଟରେ ନିଯୁ୍କ୍ତି ମିଳିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ନେଇ ଗଠିତ କଲେଜିୟମର ସୁପାରିଶ କ୍ରମେ ସେମାନଙ୍କୁ ବିଚାରପତି ନିଯୁକ୍ତି ଦିଆଯିବ ।
ଗତ ଜାନୁଆରୀ ମାସରେ ଏହି ଦୁଇ ବ୍ୟକ୍ତିଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସୁପାରିଶ କରାଯାଇଥିଲା । ଯାହାକୁ ଉଭୟ ରାଜପାଳ ଓ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ।

You May Also Like

More From Author

+ There are no comments

Add yours