ଲୁଗା ଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଇ ଝୁଣି ଖାଇଦେଲା କୁମ୍ଭୀର

ଶବ୍ଦ ଓଡିଶା ବ୍ୟୁରୋ: ଯାଜପୁରରେ ନଦୀକୁ ଟାଣି ନେଇ ଖାଇଦେଲା କୁମ୍ଭୀର । ବରୀ ବ୍ଲକର ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ନଦୀକୁ ଲୁଗା ସଫା କରିବା ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିଲା ।

କୁମ୍ଭୀର ଭିତରକୁ ଟାଣି ନେଇ ଖାଉଥିବାର ଦେଖିବାକୁ ମିଳିଥିଲା । ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳେକୁ କୁମ୍ଭୀରଟି ମହିଳାଙ୍କ ଶରୀର ଆଉ ଅଳ୍ପ କିଛି ଅଂଶ ଛାଡି ସବୁ ଖାଇ ଦେଇଥିଲା । ସ୍ଥାନୀୟ ଅଞ୍ଚଳରେ ପାଣିର ସୁବିଧା ନଥିବାରୁ ଲୋକେ ବିରୂପା ନଦୀ ଉପରେ ନିର୍ଭରଶୀଳ ।

You May Also Like

More From Author

+ There are no comments

Add yours