ଶବ୍ଦ ଓଡିଶା ବ୍ୟୁରୋ: କେ. ଦୀପିକା ପୁଣିଥରେ ଦେଶୀବେହେରା ସାହିସ୍ଥିତ କେ. ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଛନ୍ତି। ଗତ ୩ଦିନ ଧରି ସେ ଦିନେଶଙ୍କ ଘର ଦୁଆରେ ଧାରଣା ଦେଇଥିବା ବେଳେ ଏବେ ତାଙ୍କୁ ମିଳିଥିବା ଡିଏନ୍ଏ ରିପୋର୍ଟର ଏକ ଫ୍ଲେକ୍ସ ଲଗାଇ ବସିଛନ୍ତି। ଜନ୍ମିତ ପୁଅକୁ ବାପାର ଅଧିକାର ଏବଂ ତାଙ୍କୁ ପତ୍ନୀର ମାନ୍ୟତା ଦାବି କରି ଦୀପିକା ଏହି ଧାରଣା ଦେଇଥିବା କହିଛନ୍ତି। ଦୀପିକା ଗତବର୍ଷ ଠାରୁ ଦିନେଶଙ୍କ ଘର ଦୁଆରେ ଧାରଣା ଦେଇ ଆସୁଥିଲେ। କିଛି ଦିନ ଏଥିରୁ ନିବୃତ୍ତ ରହିବା ପରେ ଗତ ତିନି ଦିନ ଧରି ପୁଣି ଧାରଣା ଆରମ୍ଭ କରିଛନ୍ତି।
