ଶବ୍ଦ ଓଡିଶା ବ୍ୟୁରୋ: ଜନ୍ମମାଟିରେ ପହଞ୍ଚିବ ଶହୀଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ ସୁଶାନ୍ତଙ୍କ ପାର୍ଥିବ ଶରୀର। ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପରିବାର ବର୍ଗ ଓ ଆତ୍ମିୟସ୍ୱଜନ ଚାହିଁ ବସିଛି। ଆଜି ମର ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ସୁଶାନ୍ତ ସହିଦ ହୋଇଥିଲେ। ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା।
