Thu. Oct 15th, 2026

ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା କମିଥିବା ବେଳେ ଏବେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଜିଲ୍ଲାର ବୀରମହାରାଜପୁର ରୁ ମୋଚିବାହାଲ କୁ ସଂଯୋଗ କରୁଥିବା ରାସ୍ତାର ମୁର୍ଶୁଣ୍ଡି ଠାରେ ଥିବା ଏକ ସେତୁର ଉଭୟ ପାଶ୍ୱର ଆପ୍ରୋଚ ରୋଡ ଧୋଇହୋଇ ଯାଇଛି । ଫଳରେ ଏବେ ବୀରମହାରାଜପୁର ରୁ ମୋଚିବାହାଲ ଯିବା ରାସ୍ତା ବନ୍ଦ ହୋଇପଡିଛି । ଗତକାଲି ହରିହର ଯୋର ଡେମରୁ ୬ଟି ଗେଟ ଖୋଲିବା ପରେ ଏହି ସେତୁ ଉପରେ ୪ଫୁଟ ଉଚର ବନ୍ୟା ଜଳ ପ୍ରବାହିତ ହେଉଥିଲା । ଆଜି ଡେମ୍‌ର ସମସ୍ତ ଗେଟ ବନ୍ଦ ହେବା ପରେ ଜଳ ସ୍ତର କମିଯାଇଛି । ଫଳରେ ଆଜି ଏହି ରାସ୍ତା ର ଆପ୍ରୋଚ ରୋଡ ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ତେଣୁ ଯିବା ଆସିବାରେ ବହୁତ ଅସୁବିଧା ହେଉଛି । ତେବେ ଶୀଘ୍ର ଏହି ଆପ୍ରୋଚ ରୋଡକୁ ସଜାଡିବାକୁ ଜିଲ୍ଲାପ୍ରଶାସନକୁ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ

Leave a Reply

Your email address will not be published. Required fields are marked *