Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଫେବର୍ ବ୍ଲକ୍ ରାସ୍ତା ଅନିୟମିତତା ଉପରେ ଆପ୍ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏକ ପ୍ରେସ୍ କନଫରେନ୍ସ ଅନୁଷ୍ଠିତ ହେଇଛି । ଫେବର୍ ବ୍ଲକ୍ ରସ୍ତା ନିର୍ମାଣ ସମୟରେ ନିୟମକୁ ଉଲଂଘନ କରି କଂକ୍ରିଟ ରାସ୍ତା ଉପରେ ସିଧାସଳଖ ଫେବର୍ ବ୍ଲକ୍ ପକେଇ ରାସ୍ତା ନିର୍ମାଣ ହେଇଥିଲା ।ଫେବର୍ ବ୍ଲକ୍ ପକେଇ ଭୂତଳ ଜଳ ସଂରକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିବା ବେଳେ ପୁରୀ ପୌରପାଳିକା ନିଜର ମନ ମାନି କରି ନିୟମର ଉଲଂଘନ କରି କଂକ୍ରିଟ ଉପରେ ପକେଇଛି । ଯାହାକୁ ଆପର ୟୁଥ୍ ୱିଂ ପୂର୍ବରୁ ବାରମ୍ବାର ବିରୋଧ କରିବା ପରେ ମଧ୍ୟ ଅନିୟମିତତାରେ ରାସ୍ତା ନିର୍ମାଣ ହୋଇଥିଲା ଯାହାର ପ୍ରଭାବ ଦେଖିବାକୁ ମିଳୁଛି ।

ପୁରୀର ବିଭିନ୍ନ ରାସ୍ତା ବର୍ତ୍ତମାନ ଖାଲରେ ଭର୍ତ୍ତି । ପ୍ରାୟତଃ ସବୁ ଫେବର୍ ବ୍ଲକ୍ ରାସ୍ତା ଖରାପ ହେଇଯାଇଛି । ଏପଟେ ଆପ୍ ଆନ୍ଦୋଳନ କରିବା ପରେ ନବକଳେବର ରାସ୍ତା ଏବଂ ଚକତୀର୍ଥ ରାସ୍ତା ନିର୍ମାଣ ହୋଇଥିଲା । ନବକଳେବର ରାସ୍ତା ହଉ କି ଚକତୀର୍ଥ ରାସ୍ତା ସବୁ ରାସ୍ତା ବର୍ଷେ ନପୁରୁଣୁ ବିରାଟ ବିରାଟ ଖାଲ । ସ୍ୱରେଜ୍ କାମ ପାଇଁ ରାସ୍ତା ଖରାପ ହେବା ସରକାରୀ ଅଧିକାରୀଙ୍କ ବିବୃତି ସମସ୍ତଙ୍କୁ ଚକିତ କରିଛି ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି କହିଛନ୍ତି । ପୌରପାଳିକାର ଫେବର୍ ବ୍ଲକ୍ କାମ ଅନିୟମିତତା ବିରୁଦ୍ଧରେ ଆପ୍ ଆଜି ନ୍ୟାୟାଳୟ ଦ୍ୱାରସ୍ଥ ହେବ ବୋଲି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି । ପୁରୀ ପୌରପାଳିକାରେ ଜନପ୍ରତିନିଧି ନଥିବାରୁ ଏଭଳି ଦୁର୍ନୀତି ପୁରୀରେ ହେଉଛି ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ପୌରପାଳିକା ନିର୍ବାଚନ କରିବା ପାଇଁ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି । ଆଜିଠୁ ପୁରୀ ପୌରପାଳିକାର ସବୁ ୱାର୍ଡରେ ଘର ଘର ବୁଲି ପୌରପାଳିକା ନିର୍ବାଚନ ପାଇଁ ସଚେତନ ଯାତ୍ରା ଆରମ୍ଭ କରାଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *