ଅଗଷ୍ଟ ମାସରେ ନିୟମରେ ବଡ ପରିବର୍ତ୍ତନ

ଶବ୍ଦ ଓଡିଶା ବ୍ୟୁରୋ: ଅଗଷ୍ଟ ୧ ତାରିଖରୁ ନୂଆ ମାସ ଆରମ୍ଭ ହେବ । ନୂଆ ମାସ ଆରମ୍ଭ ସହ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନର ସିଧା ପ୍ରଭାବ ନାଗରିକଙ୍କ ଜୀବନ ଉପରେ ପଡିବାକୁ ଯାଉଛି । ବ୍ୟାଙ୍କ ହେଉ ବା ଅନ୍ୟ ସଂସ୍ଥାନ ଅନେକ କ୍ଷେତ୍ରରେ ଅଗଷ୍ଟ ମାସରେ ପରିବର୍ତ୍ତନ ହେବ ।

ଅର୍ଥ ମନ୍ତ୍ରାଳୟ ଜିଏସଟି ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଛି । ଏଥିରେ କୁହାଯାଇଛି ଯେ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟବସାୟୀ ଅଗଷ୍ଟ ୧ ତାରିଖରୁ ଇ–ଇନଭଏସ ପ୍ରସ୍ତୁତ କରିବା ବାଧ୍ୟତାମୂଳକ । ଏ ଅଗଷ୍ଟରୁ ୫ କୋଟିରୁ ଅଧିକ ବି୨ବି ନେଣଦେଣ କରୁଥିବା କମ୍ପାନୀକୁ ଇଲେକଟ୍ରୋନିକ୍ସ କିମ୍ବା ଇ-ଚାଲାଣ ପ୍ରସ୍ତୁତ କରିବା ଆବଶ୍ୟକ । ସମସ୍ତ ବି୨ବି ନେଣଦେଣ ପାଇଁ ବର୍ତ୍ତମାନ ଇଲେକଟ୍ରୋନିକ୍ସ ଚାଲାଣ ପ୍ରସ୍ତୁତ କରିବାକୁ ପଡିବ ଯେଉଁମାନଙ୍କର ବାର୍ଷିକ ରାଜସ୍ୱ ୧୦କୋଟି କିମ୍ବା ଏହାଠାରୁ ଅଧିକ ରହିଛି ।

ସେହିପରି ତୈଳ କମ୍ପାନୀ ପ୍ରତ୍ୟେକ ମାସରେ ଏଲପିଜି ସିଲିଣ୍ଡର ଏବଂ ସିଏନଜି ସିଲିଣ୍ଡର ଦରରେ ପରିବର୍ତ୍ତନ କରିଥାନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦରର ଦାମରେ ସବୁବେଳେ ପରିବର୍ତ୍ତନ ହୋଇଥାଏ । ତେବେ ଅନୁମାନ କରାଯାଉଛି ଯେ ଏଲପିଜି ଦରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ମେ ଏବଂ ଅପ୍ରେଲ ମାସରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କିନ୍ତୁ ୧୪ କିଲୋର ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ତେଣୁ ଘରୋଇ ସିଲିଣ୍ଡରର ଦରଦାମରେ କିଛି ପରିବର୍ତ୍ତନର ଆଶା କରାଯାଉଛି ।

ଆୟକର ପୈଠର ଶେଷ ତାରିଖ ହେଉଛି ଜୁଲାଇ ୩୧ । ଏହି ତାରିଖରେ କରଦାତା ସେମାନଙ୍କ ଆୟକର ପୈଠ କରିବେ । ଯେଉଁମାନେ ନିଜ ଆୟକରର ଅଡିଟ କରିବାକୁ ଚାହୁଁନାହାନ୍ତି ସେମାନେ ଏହି ତାରିଖ କିମ୍ବା ଏହା ପୂର୍ବରୁ ସେମାନଙ୍କ କର ପୈଠ କରନ୍ତୁ । ଯଦି ଆପଣ ଏହି ତାରିଖ ସୁଦ୍ଧା ଆପଣ ନିଜର ଆଇଟିଆର ଦାଖଲ କରନ୍ତି ନାହିଁ ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । କରଦାତାଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ । ଅଗଷ୍ଟ ୧ରୁ ସେପ୍ଟେମ୍ବର୩୦ ଯାଏ ବିଳମ୍ବିତ ଆଇଟିଆର ଫାଇଲିଂ ୱିଣ୍ଡୋ ଖୋଲା ରହିବ ।

You May Also Like

More From Author

+ There are no comments

Add yours