ପୁରୀ ସହରରେ ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା, 20 ହଜାର ଟଙ୍କା ଜରିମାନା କଲେ ଆରଟିଓ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକମାନଙ୍କରେ ଆରଟିଓ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଛନ୍ତି l ଦ୍ରୁତଗତିରେ ଯାତ୍ରା କରୁଥିବା ଏକ ଅଟୋକୁ ଆର ଟି ଓ ଅଟକାଇ ଥିବା ବେଳେ ଡ୍ରାଇଭର ମଦ ପିଇ ଥିବl ଜଣାପଡିଥିଲା l ଉକ୍ତ ଡ୍ରାଇଭରଙ୍କୁ କୋଡିଏ ହଜାର ଫାଇନ କରି ଗାଡିକୁ ଜବତ କରାଯାଇଥିଲା l
ଚଢ଼ାଉ ବେଳେ 48 ଗୋଟି ଇ-ଚାଲାଣ କରାଯାଇ ବିଭିନ୍ନ ଯାନବାହାନ ଯାଞ୍ଚ କରି ସମୁଦାୟ ଦୁଇ ଲକ୍ଷ 93 ହଜାର 213 ଟଙ୍କା ଫାଇନ କରାଯାଇଛି l ଏହି ଯାଞ୍ଚ ବେଳେ ଟ୍ରାଫିକ ଅଫିସର ଏସ କେ ପାତ୍ର, କନେଷ୍ଟବଲ ରାଜେଶ ସାମନ୍ତ ସିଂହାର, ଅଶୋକ କେଷ୍ଟl, ପ୍ରମୁଖ ସାମିଲ ଥିଲେ l l ଆଗାମୀ ଦିନରେ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ବିଭାଗର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓ ଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭରଙ୍କୁ ଜୋରଦାର ଫାଇନ ଆଦାୟ କରାଯିବ ଓ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି l

You May Also Like

More From Author

+ There are no comments

Add yours