ଶବ୍ଦ ଓଡିଶା ବ୍ୟୁରୋ: ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ । ଜୟପୁର –ମୁମ୍ବାଇ ପାସେଞ୍ଜର ଟ୍ରେନରେ ଆଜି ଭୋର ସମୟରେ ହଇଚଇ ଖେଳିଯାଇଥିଲା । ସକାଳ ପାଖାପାଖି ୫ଟା ସମୟରେ ହଠାତ ଏକ ବଗିରେ ଗୁଳିମାଡ ହୋଇଥିଲା । ଫଳରେ ଜଣେ ଏଏସଆଇଙ୍କ ସହ ୩ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଘଟଣ ଟ୍ରେନର ୫ ନମ୍ବର ବଗିରେ ହୋଇଥିବା ଜଣାପଡିଛି ।
