୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ

ଶବ୍ଦ ଓଡିଶା ବ୍ୟୁରୋ: ସୋନପୁରର ବୀରମହାରାଜପୁର ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ। ବୀରମହାରାଜପୁରକୁ ଏନଏସି ଘୋଷଣା ସହ ୧୫ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଆମ ଆଦମୀ ପାର୍ଟି । ଆପର କର୍ମକର୍ତ୍ତା ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି ।
ଦୋକାନ, ବଜାର ଯାନବାହାନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବନ୍ଦ ବେଳେ ଜରୁରୀ ସେବାକୁ ବାଦ୍ ଦିଆଯାଇଛି ।

You May Also Like

More From Author

+ There are no comments

Add yours