Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରଚେଷ୍ଟାରେ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ଭରତପୁର ଜଙ୍ଗଲ ସଫାରୀ ପରିଭ୍ରମଣ କରାଯାଇଥିଲା। ବୃକ୍ଷ ହଁ ଜୀବନ,ଗଛ ବଞ୍ଚିଲେ ଜୀବଜଗତ ବଞ୍ଚିବେ। ଗୋଟିଏ ଗଛ କୋଟିଏ ଜୀବନ। ଆସ ଲଗାଇବା ଆଗ ଗଛ,ଆଉ ସବୁ କଥା ପଛ ଏଭଳି କିଛି ଉକ୍ତି କହି ପିଲାମାନଙ୍କୁ ଗଛର ଉପକାରିତା ସମ୍ପର୍କରେ ଶ୍ରୀମତୀ ଲେଙ୍କା ବୁଝାଇଥିଲେ।

ପୂର୍ବତନ ଫରେଷ୍ଟ ଅଫିସର ପ୍ରଫୁଲ୍ଲ କୁମାର ଲେଙ୍କା କହିଥିଲେ ଗଛ ଆମର କେବଳ ବନ୍ଧୁ ନୁହେଁ ଉପକାରୀ ମିତ୍ର ମଧ୍ୟ। ଗଛର ସୁରକ୍ଷା ଓ ପ୍ରତିରକ୍ଷା ପ୍ରତ୍ୟେକ ଶିଶୁର ଦାୟିତ୍ୱ ଓ କର୍ତ୍ତବ୍ୟ। ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ କବିତା ଓ କିଛି ପଂକ୍ତି ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ବର୍ଣ୍ଣବୋଧ ପାଠଶାଳାର ଗୁରୁମା ରଞ୍ଜୁବାଳା ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ 33 ଜଣ ପିଲା ଯୋଗଦେଇଥିଲେ। ପ୍ରଥମେ ପରିବେଶ ସୁରକ୍ଷା ଓ ବୃକ୍ଷର ଉପକାରିତା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତାପରେ ଭରତପୁର ସଫାରୀ ସମ୍ପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପିଲାମାନେ ଦେଖିଥିଲେ। ଜଙ୍ଗଲ ବୁଲିଆସିବା ପରେ ପିଲାମାନଙ୍କୁ ଜଳଖିଆ ଓ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *