ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ମାର୍କେଟ ବିଲ୍ଡିଂ ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ମାର୍କେଟ ବିଲ୍ଡିଂ ଆଜିଠୁ ବନ୍ଦ । ଭୁବନେଶ୍ୱର ସବୁଠୁ ଜନଗହଳୀପୂର୍ଣ୍ଣ ମାକେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ସମସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ ।
ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବିଏମସିର ଅଧିକାରୀଙ୍କ ସମ୍ପକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଂଘ ଅଭିଯୋଗ କରିଛନ୍ତି ।

You May Also Like

More From Author

+ There are no comments

Add yours