ସିବିଏସଇ ପରୀକ୍ଷା ତାରିଖ ଘୋଷଣା

ଶବ୍ଦ ଓଡିଶା ବ୍ୟୁରୋ: ସିବିଏସଇ ପରୀକ୍ଷା ତାରିଖ ଘୋଷଣା । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ । ଘୋଷଣା ଅନୁସାରେ ଫେବ୍ରୁଆରୀ ୧୫ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ।
ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପାଇଁ ପରୀକ୍ଷା ହେବ । ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଫେବ୍ରୁଆରୀ ୧୭ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏଥିସହ ଉଭୟ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ରୁ ଫେବ୍ରୁଆରୀ ୧୪ ଭିତରେ ହେବ ।

You May Also Like

More From Author

+ There are no comments

Add yours