‘ଆମ ଓଡିଶା ନବୀନ ଓଡିଶା’କୁ କ୍ୟାବିନେଟ୍ ଅନୁମୋଦନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର । ଆମ ଗାଁ ଆମ ବିକାଶର ନିର୍ଦ୍ଦେଶନାମାଙ୍କୁ ସଂଶୋଧନ କରି ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା ଯୋଜନା ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ । ଏହି ଯୋଜନା ଅଧିନରେ ଆର୍ଥିକ ବର୍ଷ ୨୦୨୩-୨୦୨୪ ପାଇଁ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

You May Also Like

More From Author

+ There are no comments

Add yours