ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଳିକାପୁର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା । ମୃତକ ହେଉଛନ୍ତି କଳିକାପୁର ଗାଁର ସୁଧାଂଶୁ ବିଶ୍ୱାଳ ।

ସୂଚନା ଅନୁସାରେ ସୁଧାଂଶୁ ଗତକାଲି ଅପରାହ୍ଣରେ କଳିକାପୁର ଫେରୁଥିଲେ । ଚନ୍ଦନ ପୋଖରୀ ଛକରୁ କଳିକାପୁର ଛକ ମଧ୍ୟରେ ଏକ ଧାରୁଆ ଅସ୍ତ୍ରରେ କେହି ତାଙ୍କ ବେକକୁ ହାଣି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

You May Also Like

More From Author

+ There are no comments

Add yours