ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ର ଯୁବ ନେତା ନିରାକାର ସ୍ୱାଇଁ । ସବୁ ସମୟରେ ନିଆରା କାର୍ଯ୍ୟ ଏବଂ ସମାଜ ସେବା ପାଇଁ ଚର୍ଚ୍ଚାରେ । ତେବେ ନିକଟରେ ତାଙ୍କ ବାହାଘର ଅବସରରେ ତାଙ୍କ କାମ ଚର୍ଚ୍ଚା କୁ ଆସିଛନ୍ତି।ଗତ କାଲି ନିରାକାର ସ୍ୱାଇଁ ତାଙ୍କର ବିବାହ ଘର ଅବସରରେ ଏରସମା ବ୍ଲକ ସମୁଦ୍ର କୂଳବର୍ତ୍ତି ଗଡ ହରିଶ୍ ପୁର ପଞ୍ଚାୟତ ରେ ଥିବା ସରବନ୍ତ ଗ୍ରାମରେ ୨୦୦ରୁ ଅଧିକ ଚାରା ରୋପଣ କରିବା ସହ ଥିବା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କୁ ସର୍ବ ସାଧାରଣ ନିମନ୍ତେ ଏକ ଶୌଚାଳୟ କୁ ପ୍ରଦାନ କରିଥିଲେ। ପ୍ରତିଦିନ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କୁ ସହ ସହ ପର୍ଯ୍ୟଟକ ଆସୁଥିବା ବେଳେ ଶୌଚାଳୟ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ।ତେବେ ଏହି ଶୌଚାଳୟ ସାଧାରଣ ଲୋକଙ୍କ ପାଇଁ ପର୍ଯ୍ୟଟକଙ୍କ ପାଇଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସ୍ଥାନୀୟ ଲୋକମାନେ ଆଶା କରିଛନ୍ତି।