Thu. Oct 15th, 2026

ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଥିବା ପରିଶ୍ରା କାଣ୍ଡ ପୁରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କର ଘରରେ ବୁଲଡୋଜର ମଡ଼ାଇ ଦେଇଛି। ଏହାରି ମଧ୍ୟରେ ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପିଡ଼ିତ ଆଦାବାସୀ ଯୁବକଙ୍କୁ ଭେଟି ତାଙ୍କର ପାଦ ଧୋଇ ଆଲିଙ୍ଘନ କରିଛନ୍ତି ।

ଶିବରାଜ ସିଂ ଏହି ସମୟର ଫଟୋକୁ ଟ୍ୱିଟ୍ କରି ଲେଖିଛନ୍ତି ‘ମନ ଦୁଃଖ ଅଛି, ଦଶରଥ ଜୀ ଏହା ତୁମର ଯନ୍ତ୍ରଣା ବାଣ୍ଟିବାକୁ ଏକ ପ୍ରୟାସ, ମୁଁ ମଧ୍ୟ ତୁମକୁ କ୍ଷମା ମାଗୁଛି, ମୋ ପାଇଁ ସର୍ବସାଧାରଣ ହେଉଛି ଭଗବାନ!’

ସିଦ୍ଧି ଜିଲ୍ଲାରେ ନିଶାଗ୍ରସ୍ତ ଥିବା ବିଜେପି ନେତା ସିଡ଼ିରେ ବସିଥିବା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ। ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଯୁବକଜଣକ ବିଜେପି ବିଧାୟକ କେଦାର ଶୁକ୍ଲାଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଲା ବୋଲି ଜଣାପଡ଼ିଥିଲା। ଏହା ସହ ପ୍ରବେଶ ଯାହା ଉପରେ ପରିସ୍ରା କରିଥିଲେ ସେ ଆଦିବାସୀ ବ୍ୟକ୍ତିଜଣକ ଥିଲେ ପାଲେ କୋଲ। ସେ ସିଦ୍ଧି ଜିଲ୍ଲାର କରୋନ୍ଦି ଗାଁର ବାସିନ୍ଦା। ତେବେ ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବିଜେପି ବିଧାୟକ କେଦାର ଶୁକ୍ଲା କହିଥିଲେ ଯେ ପ୍ରବେଶ ତାଙ୍କର ପ୍ରତିନିଧୀ ନୁହଁନ୍ତି।

Leave a Reply

Your email address will not be published. Required fields are marked *