Thu. Oct 15th, 2026

ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧ ଜୁଲାଇ ୨୦୨୩ରୁ ଲାଗୁ ହୋଇଯାଇଛି।ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ପ୍ରତ୍ୟକ୍ଷ ନିଯୁକ୍ତି ଲାଗି ନେଟ୍, ସେଟ୍, ଏସଏଲଇଟି ହିଁ ସର୍ବନିମ୍ନ ମାନଦଣ୍ଡ ଭାବରେ ବିବେଚନା କରାଯିବ। ଜୁନ୍ ୩୦ ରେ ଏନେଇ ଏକ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦୀଶ କୁମାର ଟୁଇଟ୍ କରି ସୂଚନା ପ୍ରଦାନ କରିଛନ୍ତି ।ବିଜ୍ଞପ୍ତି ଅନୁସାରେ ୟୁଜିସି ଅଧ୍ୟାପକ ଓ ଅଣଅଧ୍ୟାପକ ନିଯୁକ୍ତିର ସର୍ବନିମ୍ନ ଯୋଗ୍ୟତା ରୋଗୁଲେସନ୍ ୨୦୧୮କୁ ସଂଶୋଧିତ କରାଯାଇଛି। ଏବେ ନେଟ୍, ସେଟ୍, ଏସଏଲ୍ଏଟି ପରି ଯୋଗ୍ୟତା ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ନିଯୁକ୍ତି ପାଇବାର ସର୍ବନିମ୍ନ ଯୋଗ୍ୟତା ରହିବ। ୟୁଜିସିର ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଗାଇଡ ଲାଇନ୍ସ ମୌଖିକ ଭାବେ ମାର୍ଚ୍ଚ ମାସରେ ଘୋଷଣା କରିଥିଲେ। ଯାହାକୁ ଏବେ ୟୁଜିସି ଅଫିସିଆଲ ଭାବେ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *