ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ, ନୃସିଂହ ସ୍ୱାଇଁ ବୌଦ୍ଧ ଜିଲ୍ଲାପାଳ

ଶବ୍ଦ ଓଡିଶା ବ୍ୟୁରୋ: ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀ ଓଡ଼ିଶା ଫେରିବା ପରେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଷଡ଼ଙ୍ଗୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିପରି ବରିଷ୍ଠ ଓଏଏସ୍ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଯାମିନୀ ଷଡ଼ଙ୍ଗୀ ଓଡ଼ିଶା ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବସ୍ଥାପିତ କରାଯାଇଛି । ଏହାସହିତ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଶ୍ରୀମତୀ ଷଡ଼ଙ୍ଗୀଙ୍କ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀକୁ ଆଇଏଏସ୍ କ୍ୟାଡରରେ ଅତିରିକ୍ତ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି ।

ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପଦୋନ୍ନତିପ୍ରାପ୍ତ ଆଇଏଏସ୍ ୨୦୧୨ ବ୍ୟାଚର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ୨୦୨୦ ବ୍ୟାଚ୍ ଆଇଏଏସ୍ ବେଦଭୂଷଣଙ୍କୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍ ତଥା ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

You May Also Like

More From Author

+ There are no comments

Add yours