ପଡିଆରେ ନଜର ଆସିବେ ନାହିଁ ନିରଜ ଚୋପ୍ରା, ପଢନ୍ତୁ କାହିଁକି…

ଶବ୍ଦ ଓଡିଶା ବ୍ୟୁରୋ: ନିରଜ ଚୋପ୍ରା ଗତ କିଛି ଦିନ ତଳେ ଲୁସେନରେ ଡାଇମଣ୍ଡ ଲିଗ୍ ଜିତିଥିଲେ । ଏହା ପରେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ସେ କିଛି ଦିନ ପାଇଁ ଗାଏବ ହୋଇଯିବେ । ନିଜର ଅଧୁରା ସ୍ୱପ୍ନପୂରଣ ପାଇଁ ବହୁତ ବଡ ତ୍ୟାଗ କରିବାକୁ ଯାଉଛନ୍ତି । ନିଜ କ୍ୟାରିୟରରେ ସେ ଡାଇମଣ୍ଡ ଲିଗ ଜିତିସାରିଛନ୍ତି । ଅଲିମ୍ପିକ୍ ଚାମ୍ପିୟନ ମଧ୍ୟ ହୋଇସାରିଛନ୍ତି । ତେବେ ବର୍ତ୍ତମାନ ସେ ବିଶ୍ୱ ଚାମ୍ପିୟନ ହେବା ବାକି ରହିଛି । ତାଙ୍କର ନଜର ବର୍ତ୍ତମାନ ଏହା ଉପରେ ରହିଛି । ଏଥିପାଇଁ ସେ କିଛି ବଡ ନିଷ୍ପତ୍ତି ନେଇଛନ୍ତି ।

ବିଶ୍ୱ ଚାମ୍ପିୟନସିପ୍ ପୂର୍ବରୁ ସେ ପଡିଆକୁ ଓହ୍ଲାଇବେ ନାହିଁ । ୧୯ରୁ ୨୭ ଅଗଷ୍ଟ ଯାଏ ବୁଦାପେଷ୍ଟରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍ ଖେଳାଯିବ । ବର୍ତ୍ତମାନ ସେ ସିଧାସଳଖ ଖେଳିବେ । ଏହା ପୂର୍ବରୁ ଆଉ କୌଣସି ପ୍ରତିଯୋଗିତାରେ ସେ ଖେଳିବେ ନାହିଁ । ଆହତ ସମସ୍ୟାରୁ ଫେରିବା ପରେ ସେ ଲୁସେନରେ ବିଜୟୀ ହୋଇଥିଲେ । ସେ ୮୭.୬୬ ମିଟର ଦୂରକୁ ଜାଭଲେନ୍ ଫୋପାଡି ବିଜୟୀ ହୋଇଛନ୍ତି । ଏହିି ସମୟରେ ସେ ସମ୍ପୂର୍ଣ୍ଣ ଫିଟ ନଥାଇ ମଧ୍ୟ ସଫଳତା ପାଇଛନ୍ତି ।

You May Also Like

More From Author

+ There are no comments

Add yours