ଶଙ୍କରlନନ୍ଦ ମଠର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀ ଶଙ୍କରlନନ୍ଦ ମଠର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ l ପୁରୀ ସହରରେ ଅନେକ ମଠ ମଧ୍ୟରୁ ଶ୍ରୀ ଶଙ୍କରlନନ୍ଦ ମଠ ଏକ ପୁରାତନ ମଠ l ଆଧ୍ୟାତ୍ମିକ, ଧାର୍ମିକ ଓ ସାଂସ୍କୃତିକ ଭାସ୍କର୍ଯ୍ୟରେ ସମ୍ପର୍ଣ୍ଣ ମଠଟି ବର୍ତ୍ତମାନ୍ ଦେବୋତ୍ତର ଆୟୁକ୍ତଙ୍କ ଅଧୀନରେ କାର୍ଯ୍ୟ କରୁଅଛି l ଏହି ପ୍ରାଚୀନତମ ମଠରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଜଡିତ କାଞ୍ଚି ଅଭିଯାନ ଆଦି ଭାସ୍କର୍ଯ୍ୟ ଓ ଐତିହକୁ ସଂରକ୍ଷିତ ରଖିବା ପାଇଁ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତି ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି କିସ୍ତିରେ ନଅ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ରାଜ୍ୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥା ଦ୍ଵାରା ସରଂକ୍ଷଣ କାର୍ଯ୍ୟ ଜାରିରହିଛି l

ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ରାଜ୍ୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥାର ଅଧିକ୍ଷକ ଅଶ୍ୱିନୀ କୁମାର ସତପଥୀ ଶ୍ରୀ ଶଙ୍କରlନନ୍ଦ ମଠର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଏହି ସମୟରେ ପରିଚାଳନା ଟ୍ରଷ୍ଟି, ଡ. ଦୁର୍ଗl ପ୍ରସାଦ ମିଶ୍ର, ଜଗନ୍ନାଥ ସଂସ୍କୃତିର ଗବେଷକ ସୁରେନ୍ଦ୍ର କୁମାର ମିଶ୍ର, ମଠର ମାହାତ୍ମ୍ୟ ଓ ଐତିହାସିକ ପୃଷ୍ଠଭୂମି ବିଷୟରେ ଅବଲୋକନ କରାଇଥିଲେ l ମନ୍ତ୍ରୀ କୀର୍ତ୍ତିରାଜି ଓ ବୈଭବ ସୁରକ୍ଷା ଦୃଷ୍ଟିରୁ ମଠର ସରଂକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହିସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏବଂ ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ l

You May Also Like

More From Author

+ There are no comments

Add yours