ଲାଲବାହିନୀର ଲଙ୍କାକାଣ୍ଡ, ଜାଳିଦେଲେ ୯ଟି ଗାଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ଲାଲ ବାହିନୀର ଲଙ୍କାକାଣ୍ଡ । ୯ଟି ଗାଡ଼ି ଜାଳିଦେଲେ ନକ୍ସଲ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ସ୍ଥିତ କ୍ରସରରେ ଏପରି ଘଟଣା ଘଟିଛି । ନକ୍ସଲ ଜାଳି ଦେଇଥିବା ଗାଡ଼ି ମଧ୍ୟରେ ଦୁଇଟି ପ୍ରୋକ୍ଲିନ, ୫ଟି ହାଇୱା ଓ ୨ ଟି ଲୋଡର ରହିଛି ।

ଗତକାଲି ରାତିରେ ୧୦ରୁ ଅଧିକ ସଶସ୍ତ୍ର ନକ୍ସଲ ଆସି କ୍ରସରରେ ଥିବା ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପରେ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ି ଦେଇ ଯାଇଥିଲେ । ଏହି ପୋଷ୍ଟର ଉଲ୍ଲେଖ କରିଥିଲେ ଯେ, ଏହି କ୍ରସର ହେବାରୁ ପରିବେଶ ନଷ୍ଟ ହେଉଛି। ଚାଷ ଜମିରେ କ୍ଷତି ହେଉଛି। କ୍ରସର ଶବ୍ଦ ଯୋଗୁ ଛୁଆମାନଙ୍କ କାନ ଉପରେ ପ୍ରଭାବ ପକାଉଛି ଓ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି।

You May Also Like

More From Author

+ There are no comments

Add yours