
ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଠ ପଢି,ବଡ ମଣିଷ ହେବାକୁ ପଣ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ସାମ୍ମାଙ୍କୋ ଗାଁର ମେଧାବୀ ଛାତ୍ରୀ ବୈଷ୍ଣବୀ ସେଠୀ । ମାଟ୍ରିକ ପରୀକ୍ଷାରେ 90 ପ୍ରତିଶତ ମାର୍କ ରଖିଥିଲେ । ଭବିଷ୍ୟତରେ ପାଠ ପଢି ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । ତେବେ ଅର୍ଥ ଅଭାବ ପାଇଁ ସାହାସ କି ସମ୍ୱଳ ନଥିବାରୁ କେମିତି ଆଗକୁ ପଢିବେ ଓ ବଢିବେ ଚିନ୍ତାରେ ଥିଲେ । ଏ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ପରେ ଭୁବନେଶ୍ଵର ଯଶୋଦା ମା ଫାଉଣ୍ଡେସନରର ପ୍ରତିଷ୍ଠାତା ସମାଜସେବୀ ନିବେଦିତା ଲେଙ୍କା, ସହଯୋଗ ର ହାତ ବଢାଇଛନ୍ତି । ଶିଶଶୁପାଳଗଡ଼ ସ୍ଥିତ ନବଜ୍ୟୋତି ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନର ଚେୟାରମ୍ୟାନ ଶାନ୍ତନୁ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ । ଆଡମିଶନ ପାଇଁ ସବୁ ପ୍ରତାର ସହଯୋଗ କରିଥିଲେ ଶିକ୍ଷାବିତ୍ ଶାନ୍ତନୁ ମହାପାତ୍ର । ଏବେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଛନ୍ତି ବୈଷ୍ଣବୀ । ଡାକ୍ତରୀ ପାଇଁ କୋଚିଂ, ସାଙ୍ଗକୁ ପାଠ ପଢାର ସବୁ ସୁବିଧା ହୋଇଛି । ସମାଜସେବା ନିବେଦିତାଙ୍କ ପ୍ରୟାସ ଓ ନବଜ୍ୟୋତି କଲେଜର ଏହି ପ୍ରତିଭା ପ୍ରୋତ୍ସାହନ, ପରେ କୃତଜ୍ଞତା ଜଣାଇଛନ୍ତି ପରିବାର ।