Wed. Oct 14th, 2026

ପୂର୍ବାହ୍ନରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଓ ଭାରତ ଜାତୀୟ ନିଶା ପ୍ରତିଷ୍ଠାନ ନୂଆଦିଲ୍ଲୀର ଆହ୍ୱାନକ୍ରମେ ତଥା ଓଡିଶା ସରକାର ଓ ଏନ୍.ସି.ସି ମହାନିର୍ଦେଶାଳୟ ନୂଆଦିଲ୍ଲୀ ର ସହଯୋଗିତା ରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ,ପୁରୀରେ ଆନ୍ତର୍ଜାତୀୟ ନିଶା ସେବନ ଏବଂ ଅବାଧ କାରବାର ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ ର ସମସ୍ତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି), ସହିତ ମହାବିଦ୍ୟାଳୟର ର ଅନେକ ଛାତ୍ର ଛାତ୍ରୀ ତଥା କିଛି ପୂର୍ବତନ ଏନ୍.ସି.ସି କ୍ୟାଡେଟ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଜାତା ମିଶ୍ର ସବୁଜ ପତାକା ଦେଖାଇ ସଫେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନିଶା ବିରୋଧୀ ଅଭିଯାନ ରେ ଆଜିର ଛାତ୍ର ସାମାଜ ଆଗେଇ ଆସି ନିଶା ଦ୍ୱାରା ସମାଜର କ୍ଷତି କୁ ଜନସମାଜରେ ପହଞ୍ଚାଇବା ପାଇଁ ଜନ ସଚେତନତା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ. ଚିତା ରଞ୍ଜନ ଦ୍ବେବେଦି ସମେତ ଅନେକ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ଏନସିସି ବାଟାଲିୟନର କମାଣ୍ଡିଂ ଅଫିସର କର୍ଣେଲ ସୂଦୀପ ସିଂହ୍ନI ଓ ପ୍ରଶାସନିକ ଅଧିକାରୀ ଲେପଟନାଣ୍ଟ କର୍ଣ୍ଣେଲ ପ୍ରସୂନ କୁମାର ପଣ୍ଡା ଏହି ଅଭିଯାନ ପାଇଁ କ୍ୟାଡେଟ ମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରି ଭାରତ ସରକାରଙ୍କ “ନିଶା ମୁକ୍ତି ଭାରତ” ଗଠନ ଅଭିଯାନ କୁ ଆଗେଇନେବା ପାଇଁ ଛାତ୍ର ସାମାଜ ତଥା କ୍ୟାଡେଟ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ ନିଶା ବିରୋଧୀ ଅଭିଯାନ ପାଇଁ ଏକ ପଦଯାତ୍ରା କରାଯାଇ ସ୍ଥାନୀୟ ଜନତାଙ୍କୁ ନିଶାର ସାମାଜିକ କୁପ୍ରବାହ ଉପରେ ସଚେତନତା କରାଯାଇଥିଲା ।ନିଶା ସେବନ ଓ ଅବାଧ କାରବାର ଏକ ଗୁରୁତର ସମସ୍ୟା ଏହା ସମାଜ ଉପରେ ବିପଦ ସୁଷ୍ଟି କରିଥାଏ ଏବେ ଠାରୁ ହିଁ ଏହା ଉପରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅତିଥି ମାନେ ପ୍ରକାଶ କରିବା ସହ ଏହାକୁ ରୋକିବା ପାଇଁ ଏହିପରି ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । “ନିଶା ମୁକ୍ତି ଭାରତ” ଗଠନ ପାଇଁ ଜନସଚେତନତା କୁ ଆଗେଇନେବା ପାଇଁ ଉପସ୍ଥିତ ଛାତ୍ର ସମାଜ ଏକ ସମୂହ ଶପଥ ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *