Thu. Oct 15th, 2026

5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅଡ଼ୁଆ ବଢିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟକୁ କେନ୍ଦ୍ର ଦେଲା ନିର୍ଦେଶ । ଗତ କିଛି ଦିନ ହେବ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ରାଜ୍ୟ ଭ୍ରମଣ ନେଇ ବିବାଦ ତେଜିବାରେ ଲାଗିଥିଲା । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସଚିବ ସାରା ରାଜ୍ୟରେ ବୁଲୁଥିଲେ ଆଉ ସଭା କରୁଥିଲେ ।ସଚିବଙ୍କ ଏଭଳି ଗସ୍ତକୁ ନେଇ ବିରୋଧୀ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ସହ ସଚିବଙ୍କ ଆଚରଣକୁ ନେଇ ମଧ୍ୟ କଡ଼ା ସମାଲୋଚନା କରିଥିଲେ । ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଏକ ପ୍ରେସ୍‌ମିଟ୍‌ କରି ସଚିବଙ୍କ ନାଁ ନନେଇ ତାଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ସାଂଘାତିକ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *