୩୦ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଶବ୍ଦ ଓଡିଶା ବ୍ୟୁରୋ: ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଅବଧିକୁ ରାଜ୍ୟ ସରକାର ଦ୍ୱିତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ଜୁନ୍ ୨୬ତାରିଖ ପରିବର୍ତ୍ତେ ଜୁନ୍ ୩୦ ତାରିଖ ନାମଲେଖା ପାଇଁ ଆବେଦନ କରିହେବ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା ଓ ସରକାର ଜୁନ୍ ୨୬ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିଥିଲେ । ପୁଣିଥରେ ଏହି ଅବଧିକୁ ବୃଦ୍ଧି କରିଛନ୍ତି ।
ନୂତନ ଭାବେ ସ୍ୱୀକୃତି ପାଇଥିବା ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

You May Also Like

More From Author

+ There are no comments

Add yours