କାରକୁ ଧକ୍କା ଦେଲା ଟ୍ୟାଙ୍କର: ଘଟଣାସ୍ଥଳରେ ଚାଲିଗଲା ୩ଜଣଙ୍କର ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: କୋରାପୁଟ ପଟାଙ୍ଗୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ୟାଙ୍କର । ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଜୟପୁରରୁ ବିଶାଖାପାଟଣା ଯାଉଥିବା ସମୟରେ ୨୬ନଂ ଜାତୀୟ ରାଜପଥ ପୁଙ୍ଗାର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସକାଳ ପ୍ରାୟ ୬ଟା ବେଳେ ଜୟପୁରରୁ ଏକ କାରରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ବିଶାଖାପାଟଣା ଅଭିମୁଖେ ଯାଉଥିଲେ । ଅପରପକ୍ଷରେ ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଆସୁଥିଲା । ଜାତୀୟ ରାଜପଥ-୨୬ର ପୁଙ୍ଗାର ଗାଁ ନିକଟରେ ଉକ୍ତ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ।

You May Also Like

More From Author

+ There are no comments

Add yours