ଦୁଇ ଦିନ ହେବ ହୋଇପାରିନି ପହୁଡ ନୀତି, ମହାପ୍ରଭୁ ଅନିଦ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପହୁଡ ନୀତିରେ ବିଳମ୍ବ । ଗୁଣ୍ଡିଚା ମନ୍ଦିରରେ ୨ ଦିନ ହେବ ପହୁଡ ନୀତି ହୋଇପାରିନଥିବାରୁ ମହାପ୍ରଭୁ ଅନିଦ୍ରା ହୋଇଥିବା କୁହାଯାଉଛି । ଏହା ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତି ନୀତିରେ ମଧ୍ୟ ବିଳମ୍ବ ହୋଇଛି ।
ଗତକାଲି ହେରାପଞ୍ଚମୀ ଅବସରରେ ୫ଟା ୪୦ରେ ମା’ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରରେ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ । ହେରାପଞ୍ଚିମୀ ନୀତିରେ ବିଳମ୍ବ ଯୋଗୁଁ ମଙ୍ଗଳଆଳତୀ ନୀତି ବିଳମ୍ବ ହୋଇଛି । ଏପର୍ଯ୍ୟନ୍ତ ମଙ୍ଗଳ ଆଳତୀ ନୀତି ହୋଇପାରିନି । ନୀତି ବିଳମ୍ବ ଯୋଗୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

You May Also Like

More From Author

+ There are no comments

Add yours