ପାଣି ପଞ୍ଚାୟତ ଦୁର୍ନୀତି,ସୁବର୍ଣ୍ଣପୁର ଜିଲ୍ଲାପାଳ ଚାଷୀଙ୍କ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହେଲେ ବିନିକା ବ୍ଲକ ହୁତୁମା ଗ୍ରାମର ଚାଷୀ । ସୂଚନା ଆକାରରେ ହୁତୁମା ଗ୍ରାମର ଓଁ ନମଃ ଶିବାୟ ପାଣିପଚାଂୟତ ଓ ଗାୟତ୍ରୀ ପାଣି ପଚାଂୟତ ନାମରେ ଦୁଇଟି ପାଣି ପଚାଂୟତ ଗଠନ ହୋଇ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୪କେଜି ପାଇପ ବଦଳରେ ୨.୫ କେଜି ପାଇପ ବିଛାଯାଇଥିଲା । କିନ୍ତୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର କର୍ଣ୍ଣପାତ କରିନଥିଲେ । ବର୍ତମାନ ମାଟି ପୋତି ଦବାରୁ ପାଇପ ସବୁ ନଷ୍ଟ ହୋଇଯାଉଛି । ଯଦ୍ୱାରା ଠିକଭାବରେ ଚାଷ କରିନପାରି ହନ୍ତସନ୍ତ ହେଉଛନ୍ତି ଚାଷୀ । ଆଗକୁ ରବି ଚାଷ ଆରମ୍ଭ ହେବାକୁ ଥିବାରୁ ପାଇପ ସବୁ ବଦଳାଇ ୪କେଜି ପାଇପ ବିଛାଇବା ସହ ଠିକ ହିସାବରେ ଜଳ ଯୋଗାଣ କରିବାକୁ ଦାବୀ କରିଛନ୍ତି ଚାଷୀ । ଆଗକୁ ଏହି ସମସ୍ୟାର ଶିଘ୍ର ସମାଧାନ କରାନଯାଏ ତାହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

You May Also Like

More From Author

+ There are no comments

Add yours