Wed. Oct 14th, 2026

ପ୍ରସିଦ୍ଧ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଲଢ଼ିବା ପରେ ଅଭିନେତା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।ମଙ୍ଗଲ ଢିଲ୍ଲୋନଙ୍କ ମୃତ୍ୟୁରେ ଅଭିନେତାଙ୍କ ପରିବାର ଲୋକ ଏବଂ ପ୍ରଶଂସକମାନେ ଶୋକ ବ୍ୟକ୍ତ କରିଛନ୍ତି ।ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଫଳରେ ତୁରନ୍ତ ତାଙ୍କୁ ଲୁଧିଆନାର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ସକାଳେ ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି । ସବୁଠାରୁ ବଡ଼ କଥା ହେଲା ୧୮ ଜୁନ୍‌ରେ ତାଙ୍କର ଜନ୍ମଦିନ ଥିଲା, ହେଲେ ଜନ୍ମଦିନର ଠିକ୍‌ ସପ୍ତାହେ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି ।

Leave a Reply

Your email address will not be published. Required fields are marked *