Wed. Oct 14th, 2026

‘ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ବାସ୍ତବ ଜୀବନ ସହିତ ଜଡିତ ଏହି ଚଳଚ୍ଚିତ୍ରର କାହାଣୀକୁ ଲୋକମାନେ ପସନ୍ଦ କରିଛନ୍ତି । ଏହି କାରଣରୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୩୮ କୋଟିରୁ ଅଧିକ ଆୟ କରିଛି। ତେବେ ‘ଦ କେରଳ ଷ୍ଟୋରି’ର ସଫଳତାକୁ ଦେଖି ବର୍ତ୍ତମାନ ନିର୍ଦ୍ଦେଶକ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କରିଛନ୍ତି।’କେରଳ ଷ୍ଟୋରି’ ପରେ ନିର୍ଦ୍ଦେଶକ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟରେ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଭାରତରେ ମାଓବାଦୀ ଆନ୍ଦୋଳନର ପ୍ରାୟ ୫୦ ବର୍ଷ ବିଷୟରେ ନିର୍ମାଣ ହେବ। ସୁଦୀପ୍ତୋ ସେନ ଏ ବିଷୟରେ କୁହିଛନ୍ତି, ମୋର ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ଭାରତରେ ମାଓବାଦୀ ଆନ୍ଦୋଳନର ପ୍ରାୟ ୫୦ ବର୍ଷ ବିଷୟରେ ହେବ। ‘କେରଳ ଷ୍ଟୋରି’ ର ପ୍ରଡ୍ୟୁସର ବିପୁଲ ଶାହା ଜୀଙ୍କ ପାଇଁ ମୁଁ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବି। ତାଙ୍କ ସହ ‘କେରଲା ଷ୍ଟୋରି’ ରେ କାମ କରିବା ଅତ୍ୟନ୍ତ ସନ୍ତୋଷଜନକ ଅନୁଭୂତି ଥିଲା।

Leave a Reply

Your email address will not be published. Required fields are marked *